ରାଉରକେଲା(ପବନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଳୁଙ୍ଗା ଶିଳ୍ପାଞ୍ଚଳ ଅଞ୍ଚଳରେ ଥିବା ଆରଆଇଟି କଲେଜର ମେକାନିକାଲ ବିଭାଗର ଛାତ୍ରଛାତ୍ରୀମାନେ ଆଜି ସକାଳେ କଲେଜ ଗେଟ୍ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏମିତିକି ଛାତ୍ରଛାତ୍ରୀ କଲେଜର ଗେଟ୍ରେ ତାଲା ପକାଇ ଅଧ୍ୟାପକଙ୍କୁ ମଧ୍ୟ ଭିତରକୁ ଛାଡୁ ନାହାନ୍ତି। ପରୀକ୍ଷା ପାଇଁ ସୁଯୋଗ ଦେବାକୁ ଦାବି କରି ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ କରିଛନ୍ତି।
ସେପଟେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବାରୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ପରୀକ୍ଷାରେ ବସିବାକୁ ବାରଣ କରିଛନ୍ତି। ସୂଚନା ଅନୁଯାୟୀ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୭୫ ପ୍ରତିଶତ ଉପସ୍ଥାପନା ଲାଗି ନିୟମ କରିଥିଲେ। ପରେ ଏହାକୁ କୋହଳ କରାଯାଇ ୫୦ ଓ ୪୦ ପ୍ରତିଶତ କରାଯାଇଥିଲା। ତେବେ ସେହି ନିୟମ ଅନୁଯାୟୀ, ଉକ୍ତ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କ ଉପସ୍ଥାପନା ନଥିବାରୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ପରୀକ୍ଷା ପାଇଁ ବାରଣ କରିଛନ୍ତି। ତେବେ ପିଲାମାନଙ୍କ ଅଭିଯୋଗ ଯେ, କଲେଜରେ ଲାଗିଥିବା ବାୟୋମେଟ୍ରିକ୍ସ ଖରାପ ଅଛି। ଯାହା ଫଳରେ ପଞ୍ଚ ଦେଲେ ବି ଭୁଲ ଆସୁଛି। ଏ ବିଷୟରେ ସେମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ। ହେଲେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ପିଲାମାନେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/37DkfLQ
No comments:
Post a Comment