କେବେ ଖାଇଛନ୍ତି ‘ମୁଗପୁର କଦଳୀବରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

କେବେ ଖାଇଛନ୍ତି ‘ମୁଗପୁର କଦଳୀବରା’

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ, ସିଝା ମୁଗ, ଚାଉଳ ଚୂନା, ଲୁଣ, ହଳଦୀ, ଛେନା, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୋପା ଛଡ଼ାଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ସିଝା ମୁଗରେ ଛେନା, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ।

କଦଳୀ ସିଝି ଯିବା ପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ କଦଳୀ ଓ ଚାଉଳ ଚୂନା ଚକଟାକୁ କାକରା ପିଠା ଆକାରର କରି ତା ଭିତରେ ମୁଗ ଓ ଛେନାର ପୁର ଦେଇ ଗଢ଼ନ୍ତୁ।  ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ ଓ ସେଗୁଡ଼ିକୁ ଚାଉଳ ଚୂନାରେ ପକାଇ ତେଲରେ ଛାଣନ୍ତୁ। ଲାଲ୍‌ ହୋଇଗଲେ ସେଗୁଡ଼ିକୁ ଏକ ପ୍ଲେଟ୍‌କୁ କାଢ଼ି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ‘ମୁଗପୁର କଦଳୀବରା’।



from Odisha Reporter https://ift.tt/36QVjAn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages