ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା

କଟକ (ଓଡ଼ିଶା ରିପୋର୍ଟର): ଏକ ଶିଶୁର ମୃତ୍ୟୁକୁ ନେଇ ଆଜି କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ।

ସୂଚନା ଅନୁଯାୟୀ, ଗତକାଲି ସିଡିଏ ସେକ୍ଟର ୬ ସ୍ଥିତ ହଇରାଣ ବସ୍ତିର ଏହି ୩ ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା। ପରିବାର ଲୋକେ ତାକୁ ଅପରାହ୍ନ ପ୍ରାୟ  ୩ଟା ବେଳେ ବଡ଼ ଡାକ୍ତରଖାନାର କାଜୁଆଲିଟିକୁ ଆଣିଥିଲେ। ଡାକ୍ତର ଶିଶୁଟିକୁ ଚିକିତ୍ସା କରିବା ପରେ ରିପୋର୍ଟ ନରମାଲ୍ ଅଛି କହି ଘରକୁ ନେଇ ଯିବାକୁ କହିଥିଲେ। ହେଲେ ଘରକୁ ଫେରିବା ପରେ ରାତିରେ ଶିଶୁଟିର ବାନ୍ତି ହୋଇଥିଲା ଓ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ପରିବାର ଲୋକେ ପୁଣି ଶିଶୁଟିକୁ କାଜୁଆଲିଟିରେ ଭର୍ତ୍ତି କରିଥିଲେ। ହେଲେ ଆଜି ଭୋରରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି  ପରିବାର ଲୋକେ କାଜୁଆଲିଟିରେ ଥିବା ଡାକ୍ତରଙ୍କ ଚାମ୍ୱରରେ ତାଲା ପକାଇ ଦେଇଥିଲେ। ଫଳରେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା। ଖବରପାଇ ମେଡିକାଲ୍ ଫାଣ୍ଡି ପୁଲିସ୍‌ ଓ ମଙ୍ଗଳାବାଗ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ପ୍ରାୟ ଘଣ୍ଟାଏ ଧରି ମେଡିକାଲ୍ ପରିସରରେ ଅଶାନ୍ତିର ବାତାବରଣ ଦେଖା ଦେଇଥିଲା। ମୃତଶରୀରକୁ ଘରକୁ ପଠାଇ ଦିଆଯିବା ପରେ ଉତ୍ତେଜନା କମିଥିଲା।

 

 

 

 

 



from Odisha Reporter https://ift.tt/36NN4ox

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages