ଚେକିଂ ବେଳେ ପିଟି ଦେଲା ବାଇକ୍‌; ଏସ୍‌ଆଇ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ଚେକିଂ ବେଳେ ପିଟି ଦେଲା ବାଇକ୍‌; ଏସ୍‌ଆଇ ମୃତ

ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି।  ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା ଏକ ବାଇକ୍ ଏସ୍‌ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଏସ୍‌ପି  ସ୍ମିତ ପରମାର ପୁରୁଷୋତ୍ତମ ଦାସ ମେଡିକାଲ ଯାଇ ଘଟଣା ସମ୍ପର୍କରେ ବୁଝିଥିଲେ। ଏଥିସହ ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ।

ଦୁର୍ଘଟଣା ଘଟାଇଥିବା ୨ ବାଇକ୍ ଆରୋହୀଙ୍କୁ  ପୁଲିସ୍ ଅଟକ ରଖିଛି। ଆଜି  ଶବ ବ୍ୟବଚ୍ଛେଦ ପରେ ଏସ୍‌ଆଇ ଦୟାନିଧି ଦାସଙ୍କୁ ବାରିପଦା ପୁଲିସ୍‌ ରିଜର୍ଭ ପଡ଼ିଆରେ ଗାର୍ଡ ଅଫ୍‌ ଅନର ଦିଆଯିବ। ଏହାପରେ ମୃତଦେହ ପରିବାର ଲୋକଙ୍କୁ  ହସ୍ତାନ୍ତର କରାଯିବ। 



from Odisha Reporter https://ift.tt/2QvGa1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages