କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି ଗାଁର ଜଣେ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ କଚାଡ଼ି ଦେବାରୁ ତାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ନାରାୟଣ ନାଏକ।
ଗତକାଲି ବିଳମ୍ୱିତ ରାତିରେ ନାରାୟଣ ଗୁଡ଼ିଆନାଳୀ ନିକଟରେ ଧାନ ଫସଲ ଜଗିଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ। ତାଙ୍କୁ ହାତୀଟି କଚାଡ଼ି ଦେଇଥିଲା। ପ୍ରଥମେ ତାଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/32Y9vnO
No comments:
Post a Comment