ସରକାର ଗଢ଼ିବା ପୂର୍ବରୁ ବିଜେପିକୁ ଶିବସେନା ନେତାଙ୍କ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ସରକାର ଗଢ଼ିବା ପୂର୍ବରୁ ବିଜେପିକୁ ଶିବସେନା ନେତାଙ୍କ ଧମକ

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବା ପାଇଁ ଯାଉଛନ୍ତି। ଏ ନେଇ ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ। କ୍ଷମତାର ଆସନରେ ବସିବା ପୂର୍ବରୁ ଶିବସେନା ନେତା ଏବେ ବିଜେପିକୁ ଧମକ ଦେଇଛନ୍ତି। ଯଦି ବିଜେପି ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରିବ ତାହେଲେ ମୁଣ୍ଡ ଫଟାଇ ଦେବେ ବୋଲି ଔରାଙ୍ଗାବାଦର ସିଲୋଦ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି ତାଙ୍କ ଦଳର କୌଣସି ବିଧାୟକକୁ କିଣି ପାରିବ ନାହିଁ। ଯଦି କେହି ବିଜେପି ନେତା କିଣିବା ପାଇଁ ଚେଷ୍ଟା କରିବେ ତାହେଲେ ତାଙ୍କର ମୁଣ୍ଡ ଫଟାଇ ଦିଆଯିବ ବୋଲି ସତ୍ତାର କହିଛନ୍ତି। ମାଡ଼ ଖାଇ ସାରିବା ପରେ ଆହତଙ୍କ ଚିକିତ୍ସା ମଧ୍ୟ କରାଇବେ ବୋଲି ସତ୍ତାର କହିଛନ୍ତି।

ଏହା ପୂର୍ବରୁ ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବୁଧବାର ଟୁଇଟ୍ କରି କହିଥିଲେ, ‘ଆମେ ଖରାପ ରହି ଠିକ୍ ଅଛୁ, ଯେତେବେଳେ ଭଲ ଥିଲେ ସେତେବେଳେ କେଉଁ ମେଡାଲ ମିଳିଥିଲା କି?’

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲା ବିଜେପି। ହେଲେ ଏକାକୀ ସରକାର ଗଢ଼ିପାରିବ ନାହିଁ ବୋଲି ବିଜେପି କହିଥିଲା । ତେଣୁ ବିରୋଧୀ ଆସନରେ ବିଜେପି ବସିବାକୁ ଯାଉଛି। ଅନ୍ୟପଟେ ଶିବସେନା ନେତୃତ୍ୱରେ ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବାକୁ ଯାଉଛନ୍ତି।



from Odisha Reporter https://ift.tt/2pKWFMk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages