ପୃଥ୍ୱୀରାଜଙ୍କ ସଞ୍ଜୁକ୍ତା ହେବେ ମାନୁଷୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ପୃଥ୍ୱୀରାଜଙ୍କ ସଞ୍ଜୁକ୍ତା ହେବେ ମାନୁଷୀ !

ମୁମ୍ୱାଇ: ୨୦୧୭ରେ ବିଶ୍ୱ ସୁନ୍ଦରୀର ଟାଇଟଲ୍‌ ଜିତିଥିବା ମାନୁଷୀ ଛିଲ୍ଲର୍‌ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବିଶ୍ୱ ସୁନ୍ଦରୀ ହେବା ପରେ ସେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା।

ସମସ୍ତ ଚର୍ଚ୍ଚା ଏବେ ଶେଷ ହୋଇଛି। ଯଶରାଜ ପ୍ରଡକ୍ସନ୍‌ ବ୍ୟାନର୍‌ରେ ମାନୁଷୀ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ସୂଚନା ମିଳିଛି। ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱୀରାଜ’ରେ ସେ ‘ସଞ୍ଜୁକ୍ତା’ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମଟି ରାଜା ପୃଥ୍ୱୀରାଜଙ୍କ ଚୌହାନଙ୍କ ଜୀବନିକୁ ନେଇ ଆଧାରିତ ହୋଇଛି। ଇତିହାସରେ ପୃଥ୍ୱୀରାଜ ଓ ସଞ୍ଜୁକ୍ତାଙ୍କ ପ୍ରେମ କାହାଣୀ ଅମର ହୋଇ ରହିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କହିଛନ୍ତି, ‘ସଞ୍ଜୁକ୍ତା ଚରିତ୍ର ପାଇଁ ଆମେ ବହୁତ ନୂଆ ଚେହେରାଙ୍କର ଅଡିସନ୍‌ କରିଥିଲୁ। କାହିଁକିନା ଏଥିପାଇଁ ଜଣେ ଭାରତୀୟ ଅଭିନେତ୍ରୀଙ୍କ ଆବଶ୍ୟକତା ରହିଥିଲା। ସଞ୍ଜୁକ୍ତା ଜଣେ ଅବିଶ୍ୱସନୀୟ ସୁନ୍ଦରୀ ହେବା ସହିତ ମଜବୁତ ଓ ଆତ୍ମବିଶ୍ୱାସୀ ସ୍ୱଭାବର ଝିଅ ଥିଲେ। ତେଣୁ ତାଙ୍କ ବ୍ୟକ୍ତିତ୍ୱ ସହିତ ମେଳ ଖାଉଥିବା ଚେହେରାକୁ ଆମେ ଖୋଜୁଥିଲୁ। ମାନୁଷୀଙ୍କ ଭିତରେ ଆମେ ସେସବୁ ଗୁଣ ଦେଖିବାକୁ ପାଇଛୁ। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ‘ସଞ୍ଜୁକ୍ତା’ ଚରିତ୍ରକୁ ପରଫେକ୍ଟ କରିବା ପାଇଁ ୟଶରାଜ ଟିମ୍‌ ମାନୁଷୀଙ୍କୁ ୯ ମାସ ଧରି ଟ୍ରେନିଙ୍ଗ୍‌ ଦେଉଛି।

ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କ ଜନ୍ମଦିନରେ ‘ପୃଥ୍ୱୀରାଜ’ ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା।

 



from Odisha Reporter https://ift.tt/2NQJgvj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages