କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ରାତିରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ପୀଡ଼ିତାଙ୍କ ପରିବାର ଲୋକେ ଧାନ କାଟିବାକୁ ବିଲକୁ ଚାଲି ଯାଇଥିଲେ। ପୀଡ଼ିତା ଜଣଙ୍କ ଘରେ ଏକୁଟିଆ ଥିବାରୁ ସୁଯୋଗ ନେଇ ତାଙ୍କ ପଡ଼ୋଶୀ ବ୍ୟକ୍ତି ତାଙ୍କୁ ଘର ପାଖ ଗୁହାଳକୁ ନେଇ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତା ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ପରିବାର ଲୋକେ ରାତିରେ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଥାନା ଆଣି ଅଟକ ରଖି ପଚରା ଉଚରା କରୁଛି। ଅଭିଯୁକ୍ତର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/352uo2x
No comments:
Post a Comment