ବର୍ଷେ ପାଇଁ ସୋଶାଲ ମିଡିଆ ବ୍ୟବହାର କରିପାରିବେନି ଜବିନ ଚାର୍ଲସେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 5, 2019

ବର୍ଷେ ପାଇଁ ସୋଶାଲ ମିଡିଆ ବ୍ୟବହାର କରିପାରିବେନି ଜବିନ ଚାର୍ଲସେ

ମଦୁରାଇ: ତାମିଲନାଡୁ କନ୍ୟାକୁମାରୀ ଜିଲ୍ଲାର ଜବିନ ଚାର୍ଲସ ବର୍ଷେ ପାଇଁ ସୋଶାଲ ମଡିଆ ବ୍ୟବହାର କରିବେ ନାହିଁ। ମାଡ୍ରାସ ହାଇକୋର୍ଟଙ୍କ ପାଖରେ ଏହି ସର୍ତ୍ତ ରଖିଛନ୍ତି ଜବିନ । ଯଦି ବ୍ୟବହାର କରୁଥିବାର ପ୍ରମାଣ ମିଳେ ତାହେଲେ ତାଙ୍କ ଜାମିନ୍ ଖାରଜ ହେବ ବୋଲି ଜଷ୍ଟିସ ଜି. ଆର ସ୍ୱାମୀନାଥନ କହିଛନ୍ତି। ଏଥିସହ ଜବିନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ସ୍ୱାମୀନାଥନ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିକୃତ ଫଟୋ ଭାଇରାଲ କରିଥିଲେ ଜବିନ୍। ଏହାପରେ ବିଜେପି ନେତା ନନଜିଲ ରାଜା ଜବିନଙ୍କ ବିରୋଧରେ କନ୍ୟାକୁମାରୀର ଜିଲ୍ଲାର ଭଡସେରି ଥାନାରେ ଏତଲା ଦେଇଥିଲେ। ଶେଷରେ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜବିନ୍।

ଜବିନ୍ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକୃତ ଫଟୋ କରିବା ଠିକ୍ ନୁହେଁ। ବିକୃତ ଫଟୋକୁ ସୋଶାଲ ମିଡିଆରେ ଶେୟାର କରିବାର କିଛି ସମୟ ପରେ ସେ ହଟାଇ ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ କୌଣସି ନାଗରିକ ଅସମ୍ମାନ କରିବାର ଅଧିକାର ନାହିଁ। ଏଥିପାଇଁ ସେ କ୍ଷମା ଚାହୁଁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏମିତିକି ଏକ ଆଞ୍ଚଳିକ ଖବରକାଗଜ ମାଧ୍ୟମରେ ସେ କ୍ଷମାପ୍ରାର୍ଥନା କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/36BAWH7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages