ଘନଉଛି ‘ମର୍ଦାନୀ ୨’ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଘନଉଛି ‘ମର୍ଦାନୀ ୨’ ବିବାଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ ୨’କୁ ନେଇ ବିବାଦ ବଢ଼ବାରେ ଲାଗିଛି। ଟ୍ରେଲର୍‌ ରିଲିଜ୍‌ ହେବା ଦିନଠୁ ଏହି ଫିଲ୍ମକୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଉଛି। ଏଥିରେ କୋଟାର ନାଁ ବଦନାମ କରାଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପୁଣି ଖବର ଆସିଛି ଯେ ସେଠାକାର ଜଣେ କାଉନ୍‌ସିଲର ଗୋପାଳ ମଣ୍ଡା ଏହି ଫିଲ୍ମର ନିର୍ମାତା ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ଗୋପୀ ପୁଥ୍‌ରନ୍ ଓ ସେନ୍‌ସର୍ ବୋର୍ଡ଼ର ଅଧ୍ୟକ୍ଷ ପ୍ରସୂନ୍ ଯୋଶୀଙ୍କ ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି।

ଗୋପାଳ ମଣ୍ଡାଙ୍କ ଓକିଲ କହିଛନ୍ତି, ଏହି ନୋଟିସ୍‌ରେ ଫିଲ୍ମରେ କୋଟା ସହରର ନାଁ ବଦଳାଇବାକୁ ଦାବି କରାଯାଇଛି। ସେହିପରି ଫିଲ୍ମରୁ କୋଟା ନାଁ ନ ହଟିବା ପର୍ଯ୍ୟନ୍ତ ଏହାକୁ ରିଲିଜ୍ ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଦରକାର ପଡ଼ିଲେ ମାମଲାକୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ନିଆଯିବ।

ଏହି ବିବାଦ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଆରମ୍ଭ ହୋଇଥିଲା। ଟ୍ରେଲର୍‌ରେ ଜଣେ ସିରିଏଲ୍‌ ରେପିଷ୍ଟ ଓ କିଲର୍‌କୁ ଦେଖାଯାଇଛି ଯିଏ  କୋଟା ସହରକୁ ଦେଶର କୋଣ-ଅନୁକୋଣରୁ ଇଞ୍ଜିନିୟରିଂ କୋଚିଂ ନେବାକୁ ଆସୁଥିବା ଝିଅମାନଙ୍କୁ ଦୁଷ୍କର୍ମ କରି ନୃସଂଶ ଭାବେ ହତ୍ୟା କରୁଛି। ଆଉ ଏହା ପରେ ପୁଲିସ୍‌ ଅଫିସର ଶିବାନୀ ରାୟ (ରାଣୀ ମୁଖାର୍ଜୀ) ଦୁଇ ଦିନ ଭିତରେ ଏହି ହତ୍ୟାକାରୀକୁ ଧରିବାକୁ ଅଣ୍ଟା ଭିଡ଼ୁଛନ୍ତି। କୁହାଯାଉଛି ଯେ ଏହା କୋଟାରେ ଘଟିଥିବା ଏକ ସତ ଘଟଣା ଉପରେ ଆଧାରିତ।

 

ଟ୍ରେଲର୍‌ ଦେଖିବା ପରେ କୋଟାର କିଛି ସଂଗଠନ ସହିତ ଅନେକ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ଦେଶର କୋଣ-ଅନୁକୋଣରୁ କୋଚିଂ ନେବାକୁ ଏଠାକୁ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ଫିଲ୍ମରେ ସହରର ଛବିକୁ ଖରାପ କରାଯାଇଛି। ଏପରିକି ଏନେଇ ସେମାନେ କୋଟାର ସାଂସଦ ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ଫିଲ୍ମରୁ କୋଟା ସହରର ନାଁ ହଟାଇବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ, ‘ମର୍ଦାନୀ-୨’ ୨୦୧୪ରେ ଆସିଥିବା ରାଣୀଙ୍କ ଫିଲ୍ମ ‘ମର୍ଦାନୀ’ର ସିକ୍ୱେଲ୍। ଏଥିରେ ରାଣୀ ଆଇପିଏସ୍ ଅଫିସର୍ ଶିବାନୀ ଶିବାଜୀ ରାୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୟଶରାଜ୍‌ ବ୍ୟାନର୍‌ରେ ତିଆରି ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୋପୀ ପୁଥ୍‌ରନ୍। ଫିଲ୍ମଟି ଏଇ ଡିସେମ୍ବର ୧୩ରେ ପରଦାକୁ ଆସିବ।



from Odisha Reporter https://ift.tt/34uayNN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages