ଅଣ୍ଡା ପାଇଁ ମାରପିଟ୍‌ ; ସ୍କୁଲ ପାଲଟିଲା ରଣକ୍ଷେତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଅଣ୍ଡା ପାଇଁ ମାରପିଟ୍‌ ; ସ୍କୁଲ ପାଲଟିଲା ରଣକ୍ଷେତ୍ର

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନକୁ କେନ୍ଦ୍ର କରି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ। କିଛି ସମୟ ପାଇଁ ସ୍କୁଲ ପରିସର ରଣକ୍ଷେତ୍ରରେ ପରିଣତ  ହୋଇଥିବା ବେଳେ ଏଥିରେ ୨ ଜଣ ଶିକ୍ଷକ ଆହତ ହୋଇଛନ୍ତି। ଏସବୁର ପ୍ରତ୍ୟକ୍ଷ ଦର୍ଶୀ ସାଜିଥିବା କୁନି କୁନି ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ଏପରି ଅବତାର ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଫଳରେ ସେମାନେ ଆଉ କ୍ଲାସ୍‌ରେ ନ ବସି ନ ପାରି ଘରକୁ ପଳାଇଥିଲେ। ଏସବୁ ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ଓ ସେମାନେ ପୁରୁଣା ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି।

ଏଭଳି ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର ମିନିପଞ୍ଚାୟତ ଅନ୍ତର୍ଗତ ମିରିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଗତକାଲି ସ୍କୁଲ୍‌ରେ ମଧ୍ୟାହ୍ନଭୋଜନରେ ଅଣ୍ଡା ବଣ୍ଟନ ସମୟରେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ  ତାହା ମାରପିଟକୁ ରୂପାନ୍ତର ହୋଇଥିଲା।

ପୂରା ଘଟଣାଟି ଏହିପରି। ଗତକାଲି ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ କରୁଥିଲେ। ହେଲେ ଯେଉଁ ପିଲାମାନେ ନିରାମିଷାଶି , ସେମାନଙ୍କ ପାଇଁ ରୋଷେଇ ହୋଇଥିବା କିଛି ଅଣ୍ଡା ବଳି ପଡ଼ିଥିଲା।  ଏହାଦେଖି ପ୍ରଧାନଶିକ୍ଷକ ଦିଲୀପ କୁମାର ଦାସ ଏ ସମ୍ପର୍କରେ ସେଠାରେ ଉପସ୍ଥିତ ସହକାରୀ ଶିକ୍ଷକ ଅମିତାଭ ନାୟକଙ୍କୁ ଏ ସମ୍ପର୍କରେ ପଚାରିଥିଲେ। କିନ୍ତୁ ହଠାତ୍‌ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିବା ବେଳେ କଥା ମାରପିଟରେ ପହଞ୍ଚିଲା। ଏହା ଦେଖି ସେମାନଙ୍କ ବିବାଦର ସମାଧାନ କରିବାକୁ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମଧ୍ୟ ଠେଲାପେଲା, ମାରପିଟ ଆରମ୍ଭ ହୋଇଯାଇଥିଲା।

ଉତ୍ତ୍ୟକ୍ତ ଅମିତାଭ ନାୟକ ସ୍କୁଲରେ ଚେୟାର ଫିଙ୍ଗା ଫୋପଡ଼ା କରିଥିବା ବେଳେ ତାଙ୍କୁ କାବୁ କରିବାକୁ ଆସିଥିବା ପ୍ରଦୀପ କିର୍ତ୍ତନିଆ ନାମକ ଶିକ୍ଷକଙ୍କୁ ମଧ୍ୟ ମାରପିଟ କରିଥିଲେ।  ଏଥିରେ ଉଭୟ ଅମିତାଭ ଓ ପ୍ରଦୀପ ଆହତ ହୋଇଛନ୍ତି। ମହିଳା ଶିକ୍ଷୟିତ୍ରୀ ମଧ୍ୟ ଅମିତାଭଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିବା ବିଇଓଙ୍କ ସମ୍ମୁଖରେ କହିଛନ୍ତି । ଖବର ପାଇ ଉମରକୋଟ ବିଇଓ ବିକାଶ ଚନ୍ଦ୍ର ସରକାର ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସବୁ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଅପରପକ୍ଷେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏପରି ଆଚରଣ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଦୀର୍ଘ ଦିନ ହେବ ଗୋଟିଏ ସ୍କୁଲରେ ରହିବାରୁ ସେମାନେ ମନମୁଖୀ ଭାବେ ସ୍କୁଲ ଆସୁଛନ୍ତି, ପାଠପଢ଼ାରେ ଅବହେଳା କରୁଛନ୍ତି। ଏ ସମ୍ପର୍କରେ ପୂର୍ବରୁ ବିଇଓଙ୍କୁ ଅଭିଯୋଗ କରାଯିବା ସତ୍ତ୍ୱେ ସେ କର୍ଣ୍ଣପାତ କରୁ ନାହାନ୍ତି। ତେଣୁ ତୁରନ୍ତ ସମସ୍ତ ପୁରୁଣା ଶିକ୍ଷକଙ୍କୁ ବଦଳି ଜିଦ୍‌ରେ ଅଡ଼ି ବସିଛନ୍ତି ଗ୍ରାମବାସୀ ।



from Odisha Reporter https://ift.tt/2pXe04B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages