କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପ଼ଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ ହୋଇଛନ୍ତି। ଗତ ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ କେନ୍ଦ୍ରାପଡ଼ା ଟାଉନଥାନା ପୁଲିସ୍ ତାଙ୍କୁ ଉଠାଇ ନେଇ ପରେ ଅଟକ ରଖିଥିଲା।
କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିବା ନେଇ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ ଫୋନ୍ କଲ୍ ଓ ମେସେଜ୍ ବି ଦେଉଥିବା ନେଇ ପୀଡ଼ିତା ଏହାର ପ୍ରମାଣ ପୁଲିସ୍ ଏବଂ ଗଣମାଧ୍ୟମକୁ ଦେଇଥିଲେ। ପ୍ରମୋଦ ତାଙ୍କ ଫାର୍ମ ହାଉସ୍ରେ ଶାରିରୀକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ମଧ୍ୟ ପୀଡ଼ିତା ଅଭିଯୋଗ କରିଥିଲେ। ଏନେଇ ଗତ ଏପ୍ରିଲ ୨୭ ତାରିଖରେ ପୀଡ଼ିତା ଏତଲା ଦେଇଥିଲେ।
from Odisha Reporter https://ift.tt/33bzg5a
No comments:
Post a Comment