୫୦ଟି ଅଣ୍ଡା ଓ ମଦ ପିଇବାକୁ ଲାଗିଥିଲା ବାଜି, ୪୨ଟି ଅଣ୍ଡା ଖାଇବା ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

୫୦ଟି ଅଣ୍ଡା ଓ ମଦ ପିଇବାକୁ ଲାଗିଥିଲା ବାଜି, ୪୨ଟି ଅଣ୍ଡା ଖାଇବା ପରେ…

ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ଟି ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା। ହେଲେ ଏହି ବାଜିର ପରିଣାମ କିଛି ଅଲଗା ହୋଇଛି। ଜଣେ ସାଙ୍ଗ ୪୨ଟି ଅଣ୍ଡା ଖାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଜୌନପୁର ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଜୌନପୁରର ବିବିଗଞ୍ଜ ବଜାରରେ ଏହି ଅଭାବନୀୟ ଘଟଣା ଘଟିଛି। ସୁବାଷ ଯାଦବ (୪୨) କାର, ଟ୍ରାକ୍ଟର ଚଳାନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ସୁବାଷ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଅଣ୍ଡା ଖାଇବାକୁ ନେଇ ବାଜି ଲଗାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅଣ୍ଡା ଖାଇବା ପ୍ରତିଯୋଗିତା। ସୁବାଷ ୪୨ଟି ଅଣ୍ଡା ଖାଇ ସାରିବା ପରେ ଅଚେତ ହୋଇପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ବିଳମ୍ୱିତ ରାତିରେ ସୁବାଷଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁର କାରଣ ବାବଦରେ ସୂଚନା ମିଳିନାହିଁ। ଅଧିକ ଅଣ୍ଡା ଖାଇବା ପରେ ତାଙ୍କ ଶରୀରରେ ଏହା ବିଷାକ୍ତ ହୋଇଯାଇଥିବ ବୋଲି ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ସୁବାଷଙ୍କର ନିକଟରେ ଦ୍ୱିତୀୟ ବିବାହ ହୋଇଥିଲା। ଏବେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଗର୍ଭବତୀ ରହିଥିବା ସୂଚନା ରହିଛି। ପ୍ରଥମ ସ୍ତ୍ରୀଙ୍କର ୪ଟି ଝିଅ ଜନ୍ମ ଦେବା ପରେ ସେ ଚଳିତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ।



from Odisha Reporter https://ift.tt/2qj1bkW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages