ପାଞ୍ଚ ବର୍ଷ ହେବ ସରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ କାମ; ସ୍କୁଲ୍‌ ବାରଣ୍ଡାରେ ପଢ଼ୁଛନ୍ତି ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ପାଞ୍ଚ ବର୍ଷ ହେବ ସରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ କାମ; ସ୍କୁଲ୍‌ ବାରଣ୍ଡାରେ ପଢ଼ୁଛନ୍ତି ପିଲା

ବିନିକା (ଦିଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଆନ୍ଧ୍ରାଡ଼େରା ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ତେଣୁ ୮ ବର୍ଷ ହେଲାଣି ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ବରଣ୍ଡାରେ ଅଙ୍ଗନବାଡ଼ିଟି ଚାଲିଛି। ପିଲାମାନେ ଏହି ବାରଣ୍ଡାରେ ପଢ଼ୁଛନ୍ତି ଓ ଖାଉଛନ୍ତି। ଆଉ ଏଥିଯୋଗୁ ସେମାନଙ୍କୁ ବହୁ ଅସୁବିଧା ହେଉଛି। ବର୍ଷ ବର୍ଷ ଧରି ଏଠାରେ ଏଭଳି ଭାବେ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ସୁଯୋଗ ଦିଆଯାଉଥିବା ବେଳେ ସବୁଠୁ ଦୁଃଖର ବିଷୟ ହେଉଛି  ୫ ବର୍ଷ ହେଲାଣି ଅଙ୍ଗନବାଡ଼ି ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି।

ପ୍ରାଥମିକ ବିଦ୍ୟାଳୟକୁ ଲାଗି ଏହି ଅଙ୍ଗନବାଡ଼ି ଗୃହକୁ ନିର୍ମାଣ କରାଯାଉଛି। ଏଠାରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଅନୁଦାନ ଆସିବା ପରେ ୨୦୧୪ ମସିହାରୁ ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ତାହା ଶେଷ ହେବାର ନାଁ ନେଉ ନାହିଁ। ପୁଣି ଦେଢ଼ ବର୍ଷ ହେଲା ଆଉ ନିର୍ମାଣ କାର୍ଯ୍ୟ କିଛି ଆଗେଇ ପାରିନି। କୋଠାର ଛାତ ପଡ଼ି ଯାଇଛି ଓ ଝରକା-କବାଟ ଲାଗି ଯାଇଛି। ଚାରିକାନ୍ଥ ବି ପଲସ୍ତରା ହୋଇଯାଇଛି। ତେବେ ଘରର ଚଟାଣ କାମ ହୋଇନି। ଏମିତି ଭାବେ ଅଧପନ୍ତରିଆ ହୋଇ ଘରଟି ପଡ଼ି ରହିଛି।

ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ପିଲାଙ୍କ ପଢ଼ାପଢ଼ି ସହିତ ରୋଷେଇରେ ମଧ୍ୟ ଅସୁବିଧା ହେଉଛି। ପିଲାଙ୍କ ପାଇଁ ବାହାରେ ଖୋଲାରେ ରୋଷେଇ ହେଉଛି।

ଅଙ୍ଗନବାଡି ଦିଦି ମନୋରମା ମହାନନ୍ଦ କହିଛନ୍ତି, “ଖରା, ବର୍ଷା ଓ ଶୀତରେ କୁନିକୁନି ପିଲାମାନେ ସ୍କୁଲ୍‌ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ବର୍ଷା ଓ ଶୀତ ଦିନ ବି ବାରଣ୍ଡାରେ ବସୁଥିବା ଯୋଗୁ ସେମାନଙ୍କର ଦେହପା’ ଖରାପ ହେଉଛି। ଆମେ ଯେଉଁ ସ୍କୁଲ୍‌ରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇଛୁ ତା’ ଚାରିପାଖେ ପାଚେରି ବି ନାହିଁ। ସେଥିପାଇଁ ବି ଟିକେ ଡର ଲାଗେ। ସରକାର ତୁରନ୍ତ ଅଙ୍ଗନବାଡ଼ି ଗୃହର ନିର୍ମାଣ କାମ ସାରି ଆମକୁ ହସ୍ତାନ୍ତର କରନ୍ତୁ।”

ଏ ସଂପର୍କରେ ବିନିକା ସିଡିପିଓ ସୁବୋଧିନୀ ହରିପାଲ କହିଛନ୍ତି, “ଅନେକ ଅଙ୍ଗନବାଡ଼ି କେନ୍ଦ୍ରର କୋଠା ଏଭଳି ଅଧପନ୍ତରିଆ ହୋଇ ପଡ଼ିଛି। ଏନେଇ ଆମେ ରିଭ୍ୟୁ ମିଟିଂରେ ଜିଲ୍ଲାପାଳଙ୍କୁ ଜଣାଇଛୁ। ଖୁବ୍‌ଶୀଘ୍ର ଏହି କୋଠା ଗୁଡ଼ିକର କାମ ଶେଷ ହେବ।”

ଏନେଇ  ବିନିକା ବିଡିଓ  ବିଶ୍ୱରଂଜନ ମଲ୍ଲିକଙ୍କୁ ଅବଗତ କରିବାରୁ ସେ  କହିଛନ୍ତି, “ଅନେକ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକର କାମ ଶେଷ ହୋଇଗଲାଣି। ଯେଉଁ ଅଙ୍ଗନବାଡ଼ି କୋଠା ଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ି ରହିଛି,  ସେଗୁଡିକର କାମ ଶୀଘ୍ର ଶେଷ କରିବା ପାଇଁ ଆମେ ଚେଷ୍ଟା କରୁଛୁ।”

ବିଭିନ୍ନ କ୍ଷେତ୍ରରେ ଦେଖାଯାଉଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ବା ତତ୍ପରତା ଅଭାବରୁ ସରକାରୀ ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଆନ୍ଧ୍ରାଡ଼େରା ଗାଁର ନିର୍ମାଣାଧୀନ ଅଙ୍ଗନବାଡ଼ି ଗୃହ ତା’ର ଏକ ବଡ଼ ଉଦାହରଣ। ଏବେ ଦେଖାଯାଉ ୫ ବର୍ଷ ହେଲାଣି ଚାଲିଥିବା ଏହି ଘରର  ନିର୍ମାଣ କାର୍ଯ୍ୟ କେବେ ଶେଷ ହେଉଛି।



from Odisha Reporter https://ift.tt/2PmSct0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages