ଆଜମ ଖାନଙ୍କ ପୁଅର ବିଧାୟକ ପଦ ରଦ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଆଜମ ଖାନଙ୍କ ପୁଅର ବିଧାୟକ ପଦ ରଦ୍ଦ

ପ୍ରୟାଗରାଜ: ଜାଲ୍ ସାର୍ଟିଫିକେଟ ଦାଖଲ କରି ନିର୍ବାଚନ ଜିତିଥିବା ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସୁଅର ବିଧାନସଭାର ବିଧାୟକ ଅବଦୁଲ୍ଲା ଆଜମ ଖାନଙ୍କ ପଦବୀ ରଦ୍ଦ କରିଛନ୍ତି। ଅବଦୁଲ୍ଲା ହେଉଛନ୍ତି ଉତ୍ତର ପ୍ରଦେଶ ରାମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଆଜମ ଖାନଙ୍କ ପୁଅ।

୨୦୧୭ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହୋଇଥିଲା। ବିଧାୟକ ପ୍ରାର୍ଥୀ ହେବା ପାଇଁ ନ୍ୟୂନତମ ବୟସ ୨୫। ହେଲେ ଅବଦୁଲ୍ଲା ଜାଲ୍ ସାର୍ଟିଫିକେଟ ଦାଖଲ କରି ନିଜର ବୟସ ବିଧାୟକ ପଦବୀ ପାଇଁ ଯୋଗ୍ୟ ବୋଲି ଦସ୍ତାବିଜ ଦାଖଲ କରିଥିଲେ। ଏହାପରେ ବିଏସପିର ବିଧାୟକ ପ୍ରାର୍ଥୀ ନବାବ କାଜିମ ଅଲ୍ଲୀ ବିଧାୟକ ଅବଦୁଲ୍ଲାଙ୍କ ଦସ୍ତାବିଜକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ମାମଲା ଆହ୍ଲାବାଦ ହାଇକୋର୍ଟରେ ଚାଲିଥିଲା। ପ୍ରମାଣ ସ୍ୱରୂପ ବିଏସପି ପ୍ରାର୍ଥୀ ବିଧାୟକ ଅବଦୁଲ୍ଲାଙ୍କ ଦଶମ ଶ୍ରେଣୀ ମାର୍କ ସିଟ୍ ଓ ଅନ୍ୟାନ୍ୟ ତଥ୍ୟ ଦେଇଥିଲେ।

ଏହି ମାମଲାରେ ଅବଦୁଲ୍ଲା ପୂର୍ବରୁ କହିଥିଲେ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ିବା ବେଳେ ସ୍କୁଲ ଶିକ୍ଷକ ଆନୁମାନିକ ଭାବରେ ତାଙ୍କର ବୟସ ଲେଖିଦେଇଥିଲେ। ଯାହାକି ଠିକ୍ ନୁହେଁ।



from Odisha Reporter https://ift.tt/2LZReAP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages