ପୁଲିସ ଆଗରେ ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ପୁଲିସ ଆଗରେ ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା

ଉନ୍ନାଓ: ପୁଣି ଥରେ ଉତ୍ତର ପ୍ରଦେଶ ଉନ୍ନାଓରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଆଜି ଏସପି ଅଫିସଙ୍କ ସାମ୍ନାରେ ଦୁଷ୍କର୍ମର ଶୀକାର ପୀଡ଼ିତା ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ପୀଡ଼ିତାଙ୍କ ଘର ଉନ୍ନାଓ ଜିଲ୍ଲାର ହସନଗଞ୍ଜ ବୋଲି ଜଣାପଡ଼ିଛି। ପୁଲିସ ନିଆଁ ଲିଭାଇ ସ୍ଥାନୀୟ ହସ୍ପିଟାଲରେ ପୀଡ଼ିତାଙ୍କୁ ଭର୍ତ୍ତି କରାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଉନ୍ନାଓର ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତ ଓ ତାର ସାଙ୍ଗମାନେ ମିଶି ପୋଡ଼ି ଦେଇଥିଲେ। ଏହାପରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଏହି ମାମଲାରେ ଏସଆଇଟି ତଦନ୍ତ ଚାଲିଛି। ଏହି ମାମଲାରେ ଗିରଫ ହୋଇଥିବା ମୋଟ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ ହେବ ବୋଲି ଜଣାପଡ଼ିଛି।

ସେହିପରି ଏହା ପୂର୍ବରୁ ବିଜେପିରୁ ନିଲମ୍ୱିତ ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନଗେର ଜଣେ ଯୁବତୀଙ୍କୁ ଦୁଷର୍କ କରିଥିବା ଅଭିଯୋଗ ହୋଇଛି। ଏବେ ବିଧାୟକ ସେନଗେର ତିହାର ଜେଲରେ ଅଛନ୍ତି। ସୁପ୍ରିମକୋର୍ଟରେ ମାମଲା ଚାଲିଛି।



from Odisha Reporter https://ift.tt/2LVq7Ha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages