ମୁମ୍ବାଇ: ବଲିଉଡ୍ର ‘ଟ୍ରାଜେଡି କିଙ୍ଗ୍’ ଭାବେ ଜଣାଶୁଣା ଅଭିନେତା ଦିଲୀପ୍ କୁମାରଙ୍କୁ ମିଳିଲା ଅନ୍ତର୍ଜତୀୟ ସମ୍ମାନ। ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଲଣ୍ଡନ୍’ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି। ଚଳଚ୍ଚିତ୍ର ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ଭାଇ ଅସଲମ୍ ଖାନ୍ ଏହି ସମ୍ମାନକୁ ଗ୍ରହଣ କରିଥିଲେ। ଏହି ଅବସରରେ ଦିଲୀପ କୁମାରଙ୍କ ପତ୍ନୀ ତଥା ବିଗତ ଦିନର ଅଭିନେତ୍ରୀ ସାୟରା ବାନୋ ମଧ୍ୟ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, ଦିଲୀପଙ୍କୁ ଶେଷଥର ପାଇଁ ୧୯୯୮ରେ ଫିଲ୍ମ ‘କିଲା’ରେ ଦେଖିବାକୁ ମିଳିଥିଲା। ତାଙ୍କୁ୧୯୯୪ରେ ଦାଦାସାହେବ୍ ଫାଲ୍କେ’ ଓ ୨୦୧୫ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଚଳିତ ମାସ ୧୧ ତାରିଖରେ ସେ ତାଙ୍କର ୯୭ତମ ଜନ୍ମଦିନ ପାଳିଥିଲେ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଥିଲା।
୫୦ବର୍ଷର ଅଭିନୟ କ୍ୟାରିୟରରେ ଦିଲୀପ କୁମାର ‘ମୁଗଲ୍-ଏ-ଆଜମ୍’, ‘ନୟାଦୌର୍’, କ୍ରାନ୍ତି, ‘ଦେବଦାସ’ ଓ ‘କର୍ମା’ ପରି ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ ଖାନ୍। ୧୯୪୪ରେ ଆସିଥିବା ଫିଲ୍ମ ‘ଜ୍ୱାର୍ ଭଟା’ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
from Odisha Reporter https://ift.tt/2Eikgrl
No comments:
Post a Comment