୫୩ ବର୍ଷ ପରେ ବରେଲୀ ବଜାରରୁ ମିଳିଲା ‘ଝୁମ୍‌କା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

୫୩ ବର୍ଷ ପରେ ବରେଲୀ ବଜାରରୁ ମିଳିଲା ‘ଝୁମ୍‌କା’

ଲକ୍ଷ୍ନୌ : ବଲିଉଡ୍‌ ଫିଲ୍ମ ‘ଝୁମ୍‌କା ଗୀରାରେ ବରେଲୀ କେ ବାଜାର୍‌ ମେଁ’ ଗୀତଟିକୁ ଆପଣମାନେ ସମସ୍ତେ ଶୁଣିଥିବେ। ୧୯୬୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମେରା ସାୟା’ରେ ଅଭିନେତ୍ରୀ ସାଧନା ଓ ଅଭିନେତା ସୁନୀଲ ଦତ୍ତଙ୍କୁ ଏହି ଗୀତରେ ଆଇଟମ୍‌ ଡାନ୍ସ କରିବା ଦେଖିବାକୁ ମିଳିଥିଲା। ସେହି ସମୟରେ ‘ଝୁମ୍‌କା’ ନାମରେ ଗୀତଟି ବେଶ୍‌ ଲୋକପ୍ରିୟ ହୋଇଥିଲା।

ଦୀର୍ଘ ୫୩ ବର୍ଷ ପରେ ସାଧନା ବରେଲୀ ବଜାରରୁ ତାଙ୍କର କାନ ଝୁମୁକା ଖୋଜି ପାଇଛନ୍ତି। ଏହାର କାରଣ ହେଉଛି ବରେଲୀର ଉନ୍ନୟନ ଅଧିକାରୀ ପାରସଖେରା ନିକଟରେ ‘ଝୁମ୍‌କା ସରଞ୍ଚନା’ ନାମରେ ଏକ ପର୍ଯ୍ୟଟନ ସ୍ଥଳର ସ୍ଥାପନା କରିଛନ୍ତି। ୧୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ଝୁମ୍‌କାର ଓଜନ ପାଖାପାଖି ଦୁଇ କ୍ୱିଣ୍ଟାଲ୍‌। ପର୍ଯ୍ୟଟନସ୍ଥଳୀ ଭାବରେ ମାନ୍ୟତା ପାଇବା ପରେ ଝୁମ୍‌କାକୁ ସୁନ୍ଦର କରିବା ପାଇଁ ଏଥିରେ ରଙ୍ଗୀନ୍‌ ପଥର, ଜରି ଓ ରଙ୍ଗବେରଙ୍ଗର ଲାଇଟ୍‌ ଖଞ୍ଜା ଯାଇଛି। ଏହାର ବ୍ୟାସ ୨.୪୩ ମିଟର ରଖାଯାଇଛି। ଏହାର ଚାରିପାଖରେ ସୌନ୍ଦର୍ଯ୍ୟକରଣ ଓ ଭୂନିର୍ମାଣ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ବରେଲୀର ବିଡିଏ ଅଧିକାରୀଙ୍କ କହିବା ଅନୁସାରେ ଆହୁରି ୪୦ ପ୍ରତିଶତ କାର୍ଯ୍ୟ ବାକି ଅଛି। ଯାହାକୁ ଏହି ମାସ ଶେଷ ସୁଦ୍ଧା ସମ୍ପୂର୍ଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୁଶଳୀ କାରିଗରମାନଙ୍କୁ କାର୍ଯ୍ୟରେ ଲଗାଯାଇଛି। ସ୍ଥାନୀୟ ଲୋକଙ୍କ ଦେଖିବା ପାଇଁ ଔପଚାରିକ ଭାବରେ ପାଇଁ ଝୁମ୍‌କାର ଉଦ୍‌ଘାଟନ ଜାନୁଆରୀ ମାସରେ କରିବା ପାଇଁ ଧାର୍ଯ୍ୟ କରାଯାଇଛି।

ବାସ୍ତବିକ ଭାବରେ ଦେଖିବାକୁ ଗଲେ, ବରେଲୀ ସହିତ ଝୁମ୍‌କାର କୌଣସି ସମ୍ପର୍କ ନାହିଁ। କିନ୍ତୁ ‘ଝୁମ୍‌କା ଗୀରାରେ’ ଗୀତରୁ ଲୋକପ୍ରିୟ ହୋଇଥିବା ବରେଲୀ ସ୍ଥାନକୁ ଅଧିକ ଲୋକପ୍ରିୟ କରିବା ପାଇଁ ବରେଲୀ ପ୍ରଶାସନ ୩ ବର୍ଷ ଧରି ଏହି ପ୍ରକଳ୍ପକୁ କରିବା ପାଇଁ ଚେଷ୍ଟା କରି ଆସୁଥିଲା। ଏଥିପାଇଁ ବରେଲୀର ପାରସଖେରାରେ ଝୁମ୍‌କା ସ୍ଥାପନା କରିବା ପାଇଁ ହୋଇଥିବା ଅପିଲ୍‌କୁ ଜୁଲାଇରେ ଏନ୍‌ଏଚ୍‌ଆଇ ପକ୍ଷରୁ ମଞ୍ଜୁରୀ ମିଳିଥିଲା।



from Odisha Reporter https://ift.tt/2LEz5sm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages