କର୍ଣ୍ଣାଟକ ଉପନିର୍ବାଚନ, ପରାଜୟ ସ୍ୱୀକାର କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

କର୍ଣ୍ଣାଟକ ଉପନିର୍ବାଚନ, ପରାଜୟ ସ୍ୱୀକାର କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ଅନ୍ୟପଟେ ବିଜେପି ୧୫ଟି ଆସନରୁ ୧୧ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଅନେକ ସ୍ଥାନରେ ପଛରେ ରହିଛନ୍ତି। ପରାଜୟକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର। କଂଗ୍ରେସ ୨ଟି ଆସନରେ, ଜେଡିଏସ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଜଣେ ଭୋଟ ଗଣତି ବେଳେ ଆଗୁଆ ରହିଛନ୍ତି।

ଜୁଲାଇରେ ଜେଡିଏସ ଏବଂ କଂଗ୍ରେସର ବିଧାୟକମାନେ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ୧୭ଟି ଆସନ ଖାଲି ପଡ଼ିଥିଲା। ଏହାପରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ଏହାପରେ ବିଜେପି ବିଧାୟକ ବି. ଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଢ଼ିଛି। ଏହାପରେ ୧୫ଟି ଆସନ ପାଇଁ ଉପ ନିର୍ବାଚନ ହୋଇଛି। କ୍ଷମତାରେ ରହିବା ପାଇଁ ବିଜେପିକୁ ୭ଟି ଆସନରେ ବିଜୟୀ ହେବାର ଆବଶ୍ୟକ ଥିଲା। ହେଲେ ଏବେ ୧୧ଟି ଆସନରେ ବିଜେପି ଜିତିବ ବୋଲି ଆକଳନ କରାଯାଉଛି।

ବିଜେପି ପାଖରେ ଏବେ ୧୦୫ ବିଧାୟକ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ରହିଛି। ସେହିପରି କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ ପାଖରେ ୩୪ ବିଧାୟକଙ୍କ ସମର୍ଥନ ରହିଛି।



from Odisha Reporter https://ift.tt/2DVIdVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages