ନୂଆଦିଲ୍ଲୀ: ଦିଲ୍ଲୀ ଝାନସୀ ରାଣୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଥିବା ଏକ ବ୍ୟାଗ ଫ୍ୟାକ୍ଟ୍ରି ଗତକାଲି ଅଗ୍ନିକାଣ୍ଡ ଘଟିଥିଲା। ଆଜି ସମାନ କୋଠାରେ ପୁଣି ଥରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। କୋଠାରୁ ପ୍ରବଳ ଧୂଆଁ ବାହାରିବା ଦେଖିବାକୁ ମିଳିବା ପରେ ସଙ୍ଗେସଙ୍ଗେ ଦମକଳ ବାହିନୀ ଟିମ୍ ଆସି ନିଆଁକୁ ଆୟତ କରିଛି। ଏ ନେଇ ଦିଲ୍ଲୀ ପୁଲିସ୍ ସୂଚନା ଦେଇଛି।
ଗତକାଲି ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଶତାଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏହି ଘଟଣାରେ ଫ୍ୟାକ୍ଟ୍ରି ମାଲିକ ରେହାନ ଏବଂ ଇମ୍ରାନଙ୍କୁ ଗିରଫ କରିଛି ପୁଲିସ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ୍ ମଧ୍ୟ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛି।
ଏହି ବ୍ୟାଗ ଫ୍ୟାକ୍ଟ୍ରି ଯେଉଁଠି ଚାଲିଥିଲା ସେହିଠାରେ ଜନବସତି ରହିଛି। ଫ୍ୟାକ୍ଟ୍ରିକୁ ବଡ଼ ଗାଡ଼ି ଯିବାର ବ୍ୟବସ୍ଥା ନାହିଁ। ତେଣୁ ଦମକଳ ବାହିନୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ ମଧ୍ୟ ଫ୍ୟାକ୍ଟ୍ରି ପାଖକୁ ଯିବା ପାଇଁ ଆବଶ୍ୟକ ରାସ୍ତା ନଥିବାରୁ ଦମକଳ ଗାଡି ଦୂରରେ ଛିଡ଼ା ହୋଇଥିଲା। ତେଣୁ ଅନେକ ପାଣି ପାଇପକୁ ଯୋଡ଼ି ଦମକଳ ବାହିନୀ ନିଆଁ ଲିଭାଇଛି।
ଫ୍ୟାକ୍ଟ୍ରିଟି ଆବଶ୍ୟକୀୟ ଫାୟାର ସେଫ୍ଟି ଗାଇଡ ଲାଇନ ପାଳନ କରିନଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଲାଗୁ କରିଛି। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଶ୍ରମ ଜେଲ କାରାଦଣ୍ଡ ସିହତ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି।
ବିଜେପି, କଂଗ୍ରେସ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପ୍ରମୁଖ ଉଭୟ ମୃତକ ଏବଂ ଆହତଙ୍କ ପାଇଁ କ୍ଷତି ପୂରଣ ରାଶି ଘୋଷଣା କରିଛନ୍ତି।
from Odisha Reporter https://ift.tt/2E0MpmA
No comments:
Post a Comment