କୋଲକାତା: ସଂସଦରେ ନାଗରିକ ସଂଶୋଧିନ ବିଧେୟକ ଗୃହୀତ ହେବା ପରେ ଏହାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗର ବିଜେପି ନେତ୍ରୀ ତଥା ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି ନିଜର ଏକ ଅନୁଭୀତି ବାଣ୍ଟିଛନ୍ତି। ପଶ୍ଚିମବଙ୍ଗ ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀ କହିଛନ୍ତି, ସେ ବାଂଲାଦେଶର ଦିନାଜପୁରରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। କିଛି ଲୋକ ତାଙ୍କର ଅପହରଣ କରିବାକୁ ଆସିଥିଲେ। ଏହି ସମୟରେ ସେ ନିଜେ ଏବଂ ତାଙ୍କ ମାଆ ବୁର୍ଖା ପିନ୍ଧି ଖସି ଆସିଥିଲେ। ଯଦି ଖସି ନଆସିଥାନ୍ତି ତାହେଲେ ଆଜି ସେ ‘ଖାନ୍ ଟାଇଗର’ର ବେଗମ (ସ୍ତ୍ରୀ) ହୋଇଥାନ୍ତି ବୋଲି ଅଭିନେତ୍ରୀରୁ ନେତା ହୋଇଥିବା ରୁପା ଗାଙ୍ଗୁଲି କହିଛନ୍ତି। ରାଜ୍ୟସଭାରେ ସଂଶୋଧିତ ନାଗରିକ ବିଧେୟକ ଗୃହୀତ ହେବା ପରେ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରି ଏହା କହିଛନ୍ତି ରୁପା ଗାଙ୍ଗୁଲି।
काश मै कहे पाती,मैने खुद क्या झेले है। मै तोह 'खान tiger' की बेगम बन जाती, kidnap करने आये थे मुझे, अगर उस रात मै और मेरि मा बुर्खे मे भाग नही पाती दिनाजपुर से।
Class 7 मे पड़ती थी@AmitShah आप को क्या बताऊ मन्त्री जी, आप और @narendramodi को कितने लोगों की आशीर्वाद मिले है आज https://t.co/JdnNDD5MtA— Roopa Ganguly (@RoopaSpeaks) December 11, 2019
ସେ ଆହୁରି କହିଛନ୍ତି, ‘ଆମେ କୁଆଡ଼େ ଯିବୁ, ଯଦି ଭାରତ ଆମକୁ ଜାଗା ନଦେବ? କେହି କିଛି ଭାବିବେନି? ଆମେ କେତେ ଦିନ ଘର ବଦଳିବୁ? ମୋ ବାପାଙ୍କୁ ତାଙ୍କ ଦେଶ ବାଂଲାଦେଶରେ କେତେବେଳେ ନାରାୟଣଗଞ୍ଜ, ଢ଼ାକା ଶେଷରେ ବାଂଲାଦେଶର ଦିନାଜୁପୁରରେ ରହୁଥିଲେ। ଆମେ କେତେ ଦିନ ଘର ବଦଳ କରିବୁ? ଆମେ କେତେ ଦିନ ଶରଣାର୍ଥୀ ହୋଇ ରହିବୁ? ନାଗରିକ ସଂଶୋଧନ ବିଧେୟକ ୨୦୧୯ ଗୃହୀତ ହୋଇଥିବାରୁ ଧନ୍ୟବାଦ’।
ଏହି ବିଜେପି ନେତ୍ରୀ କହିଛନ୍ତି, ଏହି ବିଧେୟକକୁ ନେଇ ବିରୋଧୀ ସମାଲୋଚନା କରୁଥିବା ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି। ତାଙ୍କର ଭାବାବେଗକୁ ମୁଁ ବୁଝିବା ପରେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି।
ସୂଚନାଯୋଗ୍ୟ, ବୁଧବାର ସଂଶୋଧିତ ନାଗରିକ ବିଧେୟକ ରାଜ୍ୟସଭାରେ ଗୃହୀତ ହୋଇଛି। ପୂର୍ବରୁ ଚଳିତ ସପ୍ତାହରେ ସୋମବାର ଦିନ ଲୋକସଭାରେ ଏହି ବିଧେୟକ ଗୃହୀତ ହୋଇ ସାରିଛି। ଏବେ ଏହି ବିଧେୟକ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପାଇଁ ଯିବ।
from Odisha Reporter https://ift.tt/2qNHe6y
No comments:
Post a Comment