ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ପାଇଁ ମୋଦି ସରକାର ଦାୟୀ। ବିରୋଧୀ ଏବଂ ଅର୍ଥବିଶାରଦ ମାନେ ଏଭଳି ଯୁକ୍ତି ରଖିବା ପରେ ଦେଶର ଅର୍ଥନୀତିକୁ ନେଇ କାଠଗଡ଼ାରେ ମୋଦି ସରକାର। ଏଭଳି ସ୍ଥିତିରେ ମୋଦି ସରକାରର ପିଠି ଥାପୁଡ଼େଇ ଆଶ୍ୱସ୍ତି ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା କିଛି ଶିଳ୍ପର ପ୍ରଭାବ ପାଇଁ ହୋଇଛି। ଏଥିରେ ସୁଧାର ଆସିବ। ତେଣୁ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ପ୍ରଣବ ମୂଖାର୍ଜୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି।
ୟୁପିଏ ସରକାରରେ ଅର୍ଥମନ୍ତ୍ରୀ ଥିବା ପ୍ରଣବ ମୁଖାର୍ଜୀ ଆହୁରି କହିଛନ୍ତି, ୨୦୦୮ରେ ସେ ଅର୍ଥମନ୍ତ୍ରୀ ଥିବାବେଳେ ଦେଶର ଆର୍ଥିକ ସ୍ଥିତି ଖରାପ ଥିଲା। ହେଲେ ଏହି ସମୟରେ ଦେଶର ବ୍ୟାଙ୍କ ମାନେ ମଜବୁତ ସ୍ଥିତିରେ ଥିବା ଦେଖାଇଥିଲେ। ଏମିତିକି ବ୍ୟାଙ୍କ ପାଇଁ ଆବଶ୍ୟକ ପୁଞ୍ଜି ବାବଦରେ ମଧ୍ୟ ତାଙ୍କୁ କୌଣସି ବ୍ୟାଙ୍କ କତ୍ତୃପକ୍ଷ ଯୋଗାଯୋଗ କରିନଥିଲେ ବୋଲି ସେ କହିଛନ୍ତି। ତେଣୁ ଏବେ ବ୍ୟାଙ୍କ ଗୁଡ଼ିକରେ ପୁଞ୍ଜି ନିବେଶର ଆବଶ୍ୟକ ରହିଛି ବୋଲି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି।
ଦେଶର ଅର୍ଥ ବ୍ୟବସ୍ଥା ଉପରେ ନୀତି ଆୟୋଗ ମଧ୍ୟ ନଜର ରଖିଛି। ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ନୀତି ଆୟୋଗ କିଛି ନୀତିରେ ପରିବର୍ତ୍ତନ କରି ଆଗକୁ ବଢ଼ୁଛି। ଏଥିପାଇଁ ସେ ଖୁସି ବୋଲି ପ୍ରଣବ ମୂଖାର୍ଜୀ କହିଛନ୍ତି।
ସୂଚନାଯୋଗ୍ୟ, ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା।
ଏଥିସହିତ ଅକ୍ଚୋବର ମାସରେ ୮ଟି ଶିଳ୍ପର ଅଭିବୃଦ୍ଧି ହାର -୫.୮ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ଯାହାକି ସରକାରଙ୍କ ଆର୍ଥିକନୀତି ଠିକ୍ ଭାବରେ ଚାଲି ନାହିଁ ବୋଲି ସୂଚାଇଛି।
ସରକାରଙ୍କ ରିପୋର୍ଟ ଅମୁଯାୟୀ ଏପ୍ରିଲରୁ ଅକ୍ଚୋବର ମାସ ମଧ୍ୟରେ ଆୟ ତୁଳନାରେ ବ୍ୟୟ ଅଧିକ ବଢ଼ିଯାଇଛି। ୬.୮୩ ଟ୍ରିଲିଅନ ଆୟ ହୋଇଥିବା ବେଳେ ବ୍ୟୟ ୧୬.୫୫ ଟ୍ରିଲିଅନ ହୋଇଛି। ଫଳରେ ଦେଶର ଅଭିବୃଦ୍ଧି ହାର ଆହୁରି ଧିମା ହୋଇଯାଇଛି।
from Odisha Reporter https://ift.tt/2PFpKRY
No comments:
Post a Comment