୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ସେତେବେଳର ମୁଖ୍ୟମନ୍ତ୍ରୀ)ଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନାନାବତୀ କମିଶନ। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା ତଦନ୍ତ କମିଶନ ଖାରଜ କରିଛନ୍ତି ବୋଲି ସେ କହିଛନ୍ତି।

ନାନାବତୀ-ମେହଟା କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି, ୨୦୦୨ରେ ଗୋଧ୍ରାର ସାବରମତୀ ଏକ୍ସପ୍ରେସରେ ଅଘଟଣ ଘଟିଥିଲା ଏହାପରେ ଏହି ଅଘଟଣ ସାମ୍ପ୍ରଦାୟିକ ଦଙ୍ଗରେ ପରିଣତ ହୋଇଥିଲା। ଏହା ସୁଚିନ୍ତିତ ଯୋଜନା ନଥିଲା।

ଏହି କମିଶନ ୧୫୦୦ ପୃଷ୍ଠାର ରିପୋର୍ଟ ସରକାରଙ୍କୁ ଦେଇଛି। ଯେଉଁଥିରେ କୁହାଯାଇଛି, ଏହି ଦଙ୍ଗ ପାଇଁ ରାଜ୍ୟର ପୂର୍ବତନ ମୋଦି ସରକାରଙ୍କ କୌଣସି ମନ୍ତ୍ରୀ ମଧ୍ୟ ଦଙ୍ଗକୁ ଉସକାଇଲାଭଳି କାମ କରି ନାହାନ୍ତି। କିଛି ସ୍ଥାନରେ ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ପାଖରେ ମାନବ ସମ୍ୱଳ ଓ ଅସ୍ତ୍ରଶସ୍ତ୍ରର ଅଭାବ ଥିଲା। ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ତଦନ୍ତ କମିଶନ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏହି ଦଙ୍ଗା ହୋଇଥିଲା। ଗୋଧ୍ରା ଷ୍ଟେସନରେ ସାବରୀମାଳା ଏକ୍ସପ୍ରେସ ଛିଡ଼ା ହୋଇଥିଲା। ଏହି ସମୟରେ ଟ୍ରେନର ଦୁଇଟି ବଗିରେ ନିଆଁ ଲଗାଯାଇଥିଲା। ଫଳରେ ୫୯ କର ସେବକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏହା ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଥିଲା। ଏଥିରେ ୧୦୦୦ ଅଳ୍ପ ସଂଖ୍ୟକଙ୍କର ମୃତ୍ୟୁ ଘଟିଥିଲା। ଏହି ଦଙ୍ଗା ପଛରେ ନରେନ୍ଦ୍ର ମୋଦି ସରକାରର ହାତ ରହିଥିବା ଅଭିଯୋଗ ଆସିଥିଲା।

ଏହାପରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଦଙ୍ଗା ମାମଲାର ତଦନ୍ତ ପାଇଁ କମିଟି ଗଠନ କରିଥିଲେ। ତଦନ୍ତ କମିଶନ ଏହି ଘଟଣାର ପ୍ରାଥମିକ ତଦନ୍ତ କରି ୨୦୦୯ରେ ରାଜ୍ୟ ସରକାରକୁ ଦେଇଥିଲେ। ଏହାପରେ ୨୫ ଡିସେମ୍ୱର ୨୦୦୯ରେ ବିଧାନସଭାରେ ଏବାବଦରେ ଅବଗତ କରାଯାଇଥିଲା। ଏହାପରେ ୧୮ ନଭେମ୍ୱର, ୨୦୧୪ରେ ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କୁ ଦେଇଥିଲେ। ଏହାପରେ ରାଜ୍ୟ ସରକାର ତଦନ୍ତ ରିପୋର୍ଟ ସାର୍ବଜନୀନ କରନ୍ତୁ ବୋଲି ଦାବି ହୋଇଥିଲା। ଶେଷରେ ଆଜି ସରକାର ବିଧାନସଭାରେ ସାର୍ବଜନୀନ କରିଛନ୍ତି।



from Odisha Reporter https://ift.tt/34ct9gm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages