ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଘର କାନ୍ଥରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ବିପୁନ ଗୌଡ଼ ଓ ଶଙ୍କର ପାତ୍ରା ସେମାନଙ୍କ ଘର ମୌଳାଭଣଞ୍ଜା ଗାଁରେ।
ଆଜି ସକାଳେ ବିପୁନ ଓ ଶଙ୍କର ବାଇକ୍ ଯୋଗେ ଗାଁରୁ ବ୍ରହ୍ମପୁର ଯାଉଥିଲେ। ତେବେ ଦ୍ରୁତଗତିରେ ଯାଉଥିବା ଯୋଗୁ ପୁଞ୍ଜିକୟାଁ ଛକ ନିକଟରେ ଥିବା ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2E5nfmX
No comments:
Post a Comment