୧୬ଟି ଛକ୍କା, ୧୯ଟି ଚୌକା ସହିତ ରୋହିତ, ରାହୁଲ୍ ଓ ବିରାଟ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

୧୬ଟି ଛକ୍କା, ୧୯ଟି ଚୌକା ସହିତ ରୋହିତ, ରାହୁଲ୍ ଓ ବିରାଟ କଲେ ଏହି ରେକର୍ଡ

ମୁମ୍ୱାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ବ୍ୟାଟରୁ ଧୂଆଁଧାର ଛକ୍କା, ଚୌକା ଦେଖିବାକୁ ମିଳିଛି। ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା ଓ୍ୱେଷ୍ଟେଣ୍ଡିଜ। ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ଟି ଓ୍ୱିକେଟ ହରାଇ ଟିମ୍ ଇଣ୍ଡିଆ ୨୪୦ ରନର ବିଶାଳ ସ୍କୋର କରିଥିଲା।

ଏହି ୨୪୦ ରନରେ ଓପନିଂ ବ୍ୟାଟସମ୍ୟାନ୍ କେଏଲ୍ ରାହୁଲ୍ ୫୬ଟି ବଲରେ ୯୧ ରନ୍, ରୋହିତ ଶର୍ମା ୩୪ଟି ବଲରେ ୭୧ ରନ୍ ଏବଂ ବିରାଟ କୋହଲି ୨୯ଟି ବଲରେ ୭୦ ରନ ଯୋଡ଼ିଥିଲେ। ଓ୍ୱେଷ୍ଟେଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆର ଏହି ତିନି ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଏଭଳି ବ୍ୟାଟିଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଏହି ନୂଆ ରେକର୍ଡ ସୃଷ୍ଟି କରିଛି।

ଟି-୨୦ କ୍ରିକେଟରେ ପ୍ରଥମ ଥର ପାଇଁ ଗୋଟିଏ ଇନିଂସରେ ୭୦ରୁ ଅଧିକ ରନ୍ ତିନି ଜଣ ବ୍ୟାଟସମ୍ୟାନ ବ୍ୟକ୍ତିଗତ ଭାବରେ କରିଛନ୍ତି। କେଏଲ୍ ରାହୁଲ୍, ରୋହିତ ଶର୍ମା ଏବଂ ବିରାଟ କୋହଲି ଓ୍ୱାଙ୍ଖଡେ ମ୍ୟାଚରେ ଏହି ରନ୍ କରିଛନ୍ତି। ଏହି ତିନି ବ୍ୟାଟସମ୍ୟାନ୍ ୧୬ଟି ଛକ୍କା, ୧୯ଟି ଚୌକା ମାରିଛନ୍ତି। ୭ଟି ଛକ୍କା ସହ ବିରାଟ କୋହଲି ସର୍ବାଧିକ ଛକ୍କା ମାରିଥିବାବେଳେ ରୋହିତ ଶର୍ମା ୫ଟି ଓ କେଏଲ୍ ରାହୁଲ୍ ୪ଟି ଛକ୍କା ମାରିଛନ୍ତି।

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଷ୍ଟ୍ରାଇକ ରେଟ୍ ୨୦୦ରୁ ଅଧିକ ରହିଛି। ଟି-୨୦ କ୍ରିକେଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆର ଦୁଇ ଜଣ ଖେଳାଳି ୨୦୦ ଷ୍ଟ୍ରାଇକ ରେଟ କରିଛନ୍ତି। ବିରାଟ କୋହଲିଙ୍କର ଷ୍ଟ୍ରାଇକ ରେଟ୍ ୨୪୧ ରହିଥିବା ବେଳେ ରୋହିତ ଶର୍ମାଙ୍କ ଷ୍ଟ୍ରାଇକ ରେଟ୍ ୨୦୮ ରହିଛି। ଏହା ପୂର୍ବରୁ ୨୦୧୬ରେ ଓ୍ୱେଷ୍ଟେଣ୍ଡିଜ ବିପକ୍ଷରେ ଲଣ୍ଡରହିଲରେ ଦୁଇ ଜଣ ଭାରତୀୟ ବ୍ୟାଟସମ୍ୟାନ ୨୦୦ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥିଲେ।

ଟି ୨୦ ଅନ୍ତାର୍ଜାତୀୟ ମ୍ୟାଚରେ ଭାରତ ୨୦୦ରୁ ଅଧିକ ରନ୍ ସର୍ବାଧିକ କରିଛି। ଏଯାବତ ଭାରତ ୨୦୦ରୁ ଅଧିକ ରନ୍ ୧୫ଥର କରିଛି। ଅଷ୍ଟ୍ରେଲିଆ ଟି-୨୦ରେ ୧୨ଥର, ଦକ୍ଷିଣ ଆଫ୍ରିକା ୧୧ ଥର ୨୦୦ରୁ ଅଧିକ ରନ୍ କରିଛି।



from Odisha Reporter https://ift.tt/35g47OT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages