ଉପ ମୁଖ୍ୟମନ୍ତ୍ରୀ ପଦବୀ ଦୌଡରୁ ଅଜିତ୍ ପାଓ୍ୱାର ଆଉଟ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ଉପ ମୁଖ୍ୟମନ୍ତ୍ରୀ ପଦବୀ ଦୌଡରୁ ଅଜିତ୍ ପାଓ୍ୱାର ଆଉଟ୍!

ମୁମ୍ୱାଇ: ମହାରାଷ୍ଟ୍ରରେ କେଉଁ ଏନସିପି ବିଧାୟକ ହେବେ ଉପମୁଖ୍ୟମନ୍ତ୍ରୀ? ଅଜିତ ପାଓ୍ୱାରଙ୍କ ନାମ ଏହି ପଦବୀ ପାଇଁ ସବୁଠୁ ଆଗରେ ଥିଲା। ଏବେ ସେ ଏହି ପଦବୀ ଦୌଡ଼ରୁ ବାଦ୍ ପଡିଥିବା ସୂଚନା ରହିଛି। ମହା ବିକାଶ ଅଘାଡି ମେଣ୍ଟ ସରକାର(ଶିବସେନା, ଏନସିପି ଓ କଂଗ୍ରେସ)ରେ ଅଜିତଙ୍କୁ ଅର୍ଥମନ୍ତ୍ରୀ ପଦବୀ ମିଳିବାର ସମ୍ଭାବନା ରହିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ। ଏବେ ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ରହିଛନ୍ତି।

ଶିବସେନା, ଏନସିପି ଓ କଂଗ୍ରେସ ମନ୍ତ୍ରୀ ପଦବୀକୁ ନେଇ ଯେଉଁ ବୁଝାମଣା ହୋଇଛି। ମନ୍ତ୍ରିମଣ୍ଡଳରେ ଶିବସେନାକୁ ୧୦ ମନ୍ତ୍ରୀପଦ, ଏନସିପିକୁ ୭ ମନ୍ତ୍ରୀପଦ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀ, କଂଗ୍ରେସକୁ ବାଚସ୍ପତି ପଦବୀ ସହିତ ୬ ମନ୍ତ୍ରିପଦ ମିଳିବ। ଆସନ୍ତା ଡିସେମ୍ବର ୧୬ରେ ବିଧାନସଭା ଅଧିବେଶନ ଶେଷ ହେବ । ଏହାପରେ ମନ୍ତ୍ରିପଦ ଭାଗବଣ୍ଟା ହେବ ବୋଲି ସୂଚନା ରହିଛି।

ମନ୍ତ୍ରିମଣ୍ଡଳରେ ଗୃହମନ୍ତ୍ରୀ ପଦବୀକୁ ନେଇ ମଧ୍ୟ ବିବାଦ ରହିଛି। ଶିବସେନା ଓ ଏନିସିପି ଉଭୟ ଏହି ପଦବୀ ପାଇଁ ଦାବି କରୁଛନ୍ତି। ତେବେ ଶେଷ ଖବର ସୁଦ୍ଧା ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦବୀ ଥିବାରୁ ଗୃହମନ୍ତ୍ରୀ ପଦବୀ ଏନସିପି ପାଖରେ ରହିବ ବୋଲି ବୁଝାମଣା ହୋଇଥିବା ଜଣାପଡ଼ିଛି। ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ସହିତ ଗୃହମନ୍ତ୍ରୀ ହେବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ୮୦ ଘଣ୍ଟାର ବିଜେପି ସରକାରରେ ଏନସିପି ବିଧାୟକ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଥିଲେ।



from Odisha Reporter https://ift.tt/34ak4oA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages