ସିଏବିକୁ ନେଇ ଜେଡିୟୁରେ ଫାଟ, ନୀତୀଶଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ସିଏବିକୁ ନେଇ ଜେଡିୟୁରେ ଫାଟ, ନୀତୀଶଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ

ପାଟନା: ନାଗରିକ ସଂଶୋଧନ ବିଧେୟକ (ସିଏବି)କୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ। ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ୍ ରହିଛି ଏହି ଦଳ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧେୟକକୁ ସମର୍ଥନ କରିବା ନେଇ ଦଳର ଉପସଭାପତି ତଥା ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଟୁଇଟ୍ କରି ପ୍ରଶାନ୍ତ କିଶୋର କହିଛନ୍ତି, ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ସଂସଦରେ ଏହି ବିଧେୟକ ପାରିତ ହୋଇଯାଇଛି। ଏବେ ଏହି ଆଇନକୁ ନ୍ୟାୟପାଳିକା ସହିତ ୧୬ ଅଣ ବିଜେପି ମୁଖ୍ୟମନ୍ତ୍ରୀ ବଞ୍ଚାଇ ପାରିବେ କହି ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ।

ଏବେ ତିନି ମୁଖ୍ୟମନ୍ତ୍ରୀ ପଞ୍ଜାବ, କେରଳ ଏବଂ ପଶ୍ଚିମବଙ୍ଗ ଏହି ଆଇନକୁ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିସାରିଛନ୍ତି। ତେଣୁ ଅନ୍ୟ ଅଣ ବିଜେପି ମୁଖ୍ୟମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ଦରକାର ବୋଲି ସେ କହିଛନ୍ତି।



from Odisha Reporter https://ift.tt/36xvqEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages