ପତ୍ନୀଙ୍କୁ ‘ପିଆଜ କାନଫୁଲ’ ଉପହାର ଦେଲେ ଅକ୍ଷୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ପତ୍ନୀଙ୍କୁ ‘ପିଆଜ କାନଫୁଲ’ ଉପହାର ଦେଲେ ଅକ୍ଷୟ

ମୁମ୍ବାଇ: ମାସେ ହେଲାଣି ଚର୍ଚ୍ଚାରେ ରହିଛି ପିଆଜ। ଆକାଶ ଛୁଆଁ ଦରକୁ ନେଇ ଏହା ଚର୍ଚ୍ଚାରେ ରହିଥିବା ବେଳେ ଧୀରେ ଧୀରେ ଏହାର ଦର ଖସୁଛି। ପିଆଜ ଦର କିଲୋପ୍ରତି ଦେଢ଼ ଶହ ଟପି ଯାଇଥିବା ବେଳେ କିଛି କିଛି ସ୍ଥାନରେ ଏହା ୧୮୦ ଟଙ୍କା ରହିଥିବା ନେଇ ଖବର ଆସିଥିଲା। ଆଉ ଏହି ମାସକ ଭିତରେ ଅନେକ ହାଣ୍ଡିଶାଳରୁ ପିଆଜ ଗାଏବ ହୋଇଯାଇଥିବା ବେଳେ କିଛି ହୋଟେଲ୍‌ରେ ପିଆଜକୁ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନର ଦାମ୍ ବି ବଢ଼ିଯାଇଥିଲା। ୟା ଭିତରେ ପିଆଜକୁ ନେଇ ଆହୁରି ଅନେକ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ସୋଶାଲ୍ ମିଡିଆରେ ପିଆଜକୁ ନେଇ ବିଭିନ୍ନ ପ୍ରକାର ମଜା କଥା ପଢ଼ିବାକୁ ମିଳିଥିବା ବେଳେ ବିବାହ ଆଦିରେ ଏହାକୁ ଉପହାର ଆକାରରେ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ତାମିଲନାଡୁରେ ଏକ ବିବାହରେ ଉପହାର ସ୍ୱରୂପ ନବଦମ୍ପତିଙ୍କୁ ‘ପିଆଜ ବୁଟିକ୍’ ଦିଆଯାଇଥିଲା। ସେହିଭଳି ଓଡ଼ିଶାର ଅନୁଗୋଳରେ ଏକ ବିବାହରେ ବର-କନ୍ୟାଙ୍କୁ ଉପହାର ସ୍ୱରୂପ ଏକ ଝୁଡ଼ି ପିଆଜ ଦିଆଯାଇଥିଲା। ତେବେ କେବଳ ସାଧାରଣ ଲୋକ ନୁହନ୍ତି, ସେଲେବ୍ରିଟିମାନେ ବି ପିଆଜକୁ ଉପହାର ଆକାରରେ ଦେବା ଦେଖିବାକୁ ମିଳିଛି।

ବଲିଉଡ୍‌ର ଖିଲାଡ଼ୀ କୁମାର ‘ଅକ୍ଷୟ’ ତାଙ୍କ ପତ୍ନୀ ଟ୍ୱିଙ୍କିଲ୍‌ ଖାନ୍ନାଙ୍କୁ ପିଆଜର କାନଫୁଲ ଉପହାର ଦେଇଛନ୍ତି। ଆଉ ଏହାର ଫଟୋକୁ ଟ୍ୱିଙ୍କିଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଫଟୋଟିକୁ ଶେଆର କରି ସେ ଲେଖିଛନ୍ତି- ‘ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ପ୍ରମୋସନ ପାଇଁ ଅକ୍ଷୟ ଏବଂ କରୀନା କପିଲ ଶର୍ମାଙ୍କ ଶୋ’କୁ ଯାଇଥିଲେ। ସେଠାରେ ଏହି  ପିଆଜ ଲଗା କାନଫୁଲକୁ କରୀନାଙ୍କୁ ଦିଆଯାଇଥିଲା। କିନ୍ତୁ ତାଙ୍କୁ ଏହି କାନଫୁଲ ଏତେ ପସନ୍ଦ ଆସିଲା ନାହିଁ। ମୋତେ ପସନ୍ଦ ଆସିବ ଭାବି ଅକ୍ଷୟ ଏଇଟାକୁ ନେଇ ଆସିଛନ୍ତି।”

ସେ ଆହୁରି ଲେଖିଛନ୍ତି, “କେବେ କେବେ କିଛି ଜିନିଷ ଛୋଟ ହେଇଥାଏ, ଯାହାକୁ ଦେଖିଲେ ହସଲାଗେ। କିନ୍ତୁ ସେ ସବୁ ହୃଦୟକୁ ଛୁଇଁ ଯାଏ।”

ସୂଚନା ଅନୁଯାୟୀ,  ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଚଳିତ ମାସ ୨୭ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ମୁଖ୍ୟ ଚରିତ୍ରରେ କରୀନା କପୁର, ଦିଲ୍‌ଜିତ୍‌ ଏବଂ କିଆରା ଆଡ଼ଭାନୀ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ ମେହ୍‌ତା।

 

 



from Odisha Reporter https://ift.tt/2PeYPxB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages