ଜୋର୍ଡାନ୍‌ରେ ଅରିନ୍ଦମ-ଶିବାନୀ ଲଗାଇଲେ ଠୁମ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ଜୋର୍ଡାନ୍‌ରେ ଅରିନ୍ଦମ-ଶିବାନୀ ଲଗାଇଲେ ଠୁମ୍‌କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ହେଉଛି ଓଲିଉଡ୍‌ ଫିଲ୍ମ ‘ବାବୁ ଭାଇଜାନ୍‌’। ଏହାର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫିଲ୍ମର ୨ଟି ଗୀତ ରିଲିଜ୍‌ ହୋଇସାରିଛି। ‘ହମ୍‌ଦମ୍‌ ମେରେ’ ଏବଂ ‘ଦିଲ୍ଲୀ କି ଗଲ୍ଲୀ’। ଏହି ଦୁଇଟି ଗୀତ ମଧ୍ୟରୁ ‘ହମ୍‌ଦମ୍‌ ମେରେ’ ଗୀତର ଶୁଟିଂ ଜୋର୍ଡାନ୍‌ରେ ହୋଇଥିଲା। ସେଠାକାର ସୁନ୍ଦର ଲୋକେସନ୍‌ରେ ଗୀତଟିକୁ ଶୁଟିଂ କରିବାକୁ ପୂରା ଟିମ୍‌ ଉତ୍ସାହିତ ଥିଲା। ସେଠାରେ କେବଳ ଶୁଟିଂ ହେଉ ନଥିଲା ପୂରା ଟିମ୍ ଧୁମ୍‌ ମଜାମସ୍ତି ମଧ୍ୟ କରୁଥିଲା। ଶୁଟିଂରୁ ଟିକେ ସମୟ ମିଳିଲେ ଟିମ୍‌ ମଜାମସ୍ତିରେ ସମୟ କାଟୁଥିଲା। ଏପରିକି ଗୋଟେ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଯେଉଁ ବସ୍‌ଟି ବ୍ୟବହାର ହୋଇଥିଲା ସେଥିରେ ମଧ୍ୟ ଅରିନ୍ଦମ ଏବଂ ଶିବାନୀଙ୍କୁ ‘ଆଖଁ ମାରେ’ ଗୀତରେ ନାଚିବାର ଦେଖିବାକୁ ମିଳିଥିଲା। ତେବେ କେବଳ ଶିବାନୀ ଓ ଅରିନ୍ଦମ୍‌ ନୁହନ୍ତି, ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଉପସ୍ଥିତ କ୍ୟାମେରା ମ୍ୟାନ୍‌ ମଧ୍ୟ ଠୁମ୍‌କା ଲଗାଇବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ‘ବାବୁ ଭାଇଜାନ୍‌’ ଫିଲ୍ମଟି ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌ଙ୍କ ସଂଘର୍ଷମୟ ଜୀବନି ଉପରେ ଆଧାରିତ। ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡ଼ା ନଥିଲା।  ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧି ସେ ସ୍କୁଲ୍‌ ଯାଉଥିଲେ।  ସ୍କୁଲ୍‌ରେ ଦିଆଯାଉଥିବା ମକା ଖିରି ଖାଇବା ପାଇଁ ଲାଇନ୍‌ରେ ଛିଡ଼ା ହେଉଥିଲେ।  ଯେଉଁ ବୟସରେ କେବଳ ଖଡ଼ି,ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡ଼ା ଧରିଲେ।  ଆଉ ଏବେ ତାଙ୍କର ସେହି ସଂଘର୍ଷ ତାଙ୍କୁ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି କରିବାରେ ସାହାଯ୍ୟ କରିଛି। ଫିଲ୍ମରେ ଶିବାନୀ ଏବଂ ଅରିନ୍ଦମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ମିହିର ଦାସ, ସମରେଶ, ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ବିଦୁସ୍ମିତା ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭଳି କଳାକାର ବି ଏଥିରେ ଅଛନ୍ତି।

 



from Odisha Reporter https://ift.tt/2skqCDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages