ବିମୋହିତ କରୁଛି ଭିତରକନିକାର ନୈସର୍ଗିକ ଶୋଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ବିମୋହିତ କରୁଛି ଭିତରକନିକାର ନୈସର୍ଗିକ ଶୋଭା

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ):ଆସିଛି ପର୍ଯଟନ ଋତୁ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଉଦ୍ୟାନ, ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଜେଠୀରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି ।

ତେଣୁ ଭିତରକନିକା ଜାତୀୟ ଉଦ୍ୟାନରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି ।  ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସୋଲାର ଗାଡିର ବ୍ୟବସ୍ଥା କରାଯାଇଛି । ବିଶ୍ରାମାଗାର, ଅତ୍ୟାଧୁନିକ ଶୌଚାଳୟ ଓ ରହିବା ପାଇଁ ସ୍ୱତନ୍ତ୍ର କଟେଜର ମଧ୍ୟ ବ୍ୟବସ୍ଥା ଅଛି। ଦେଶୀ ବିଦେଶୀ ପକ୍ଷୀଙ୍କ ସହ ଗୋରୀ କୁମ୍ଭୀର, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦିତ ହେଉଛନ୍ତି ପର୍ଯ୍ୟଟକ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ ବୋତଲ ବ୍ୟାନ କରାଯାଇଛି।

ଭିତରକନିକା ଯିବାକୁ ୩ଟି ପ୍ରବେଶ ପଥ ରହିଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ବାଟ ଦେଇ ପର୍ଯ୍ୟଟକ ଯାଇପାରିବେ । ଏହା ପରେ ବି ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ।  ଭିତରକନିକା ଅଂଚଳ ନଦୀନାଳ ଘେରା ହୋଇଥିବାରୁ ବୋଟ ଯୋଗେ ଯାତ୍ରା କରିବାର ନିଆରା ଅନୁଭୂତି ରହିଛି। ଏଥିପାଇଁ ସରକାରୀ ସ୍ତରରେ ୧୧ ଟି ଏବଂ ୫୧ଟି ବେସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ରହିବା ପାଇଁ ଅନଲାଇନ ଓ ଜିରୋ ଆୱାରରେ କଟେଜ ବୁକିଂର ସୁବିଧା ଅଛି । ଜେଠୀରେ ବୟସ୍କ ଲୋକଙ୍କ ଯାତାୟତରେ ଅସୁବିଧାକୁ ଦୃଷ୍ଟିରେ ରଖି ନୂଆ ଅତ୍ୟାଧୁନିକ ଫ୍ଲୋଟିଂ ଜେଠୀ ନିର୍ମାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

୧୯୭୫ ମସିହାରୁ ଅଭୟ୍ୟାରଣ୍ୟ  ଓ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ଭିତରକନିକାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।



from Odisha Reporter https://ift.tt/35fQxee

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages