ସିଏବିକୁ ବିରୋଧ କରି ଉତ୍ତରପୂର୍ବ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ସିଏବିକୁ ବିରୋଧ କରି ଉତ୍ତରପୂର୍ବ ବନ୍ଦ

ଗୁଆହାଟୀ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ ବିରୋଧରେ ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାକୁ ଏହି ବିଲରେ ପ୍ରାବଧନ ରହିଛି।

ଏହାକୁ ବିରୋଧ କରି ଆଜି ଭୋର ୫ଟାରୁ ଛାତ୍ର ସଂଗଠନ ପକ୍ଷରୁ ୧୧ ଘଣ୍ଟିଆ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମଟର ଚଳାଚଳ ଠପ ହୋଇଯାଇଛି।

ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ସମସ୍ତଙ୍କ ହାତରେ ପ୍ଲାକକାର୍ଡ ଓ କେନ୍ଦ୍ର ବିରୋଧୀ ସ୍ଲୋଗାନ ଲେଖାଥିବା ବ୍ୟାନର ରହିଛି। ସ୍କୁଲ, କଲେଜ ବନ୍ଦ ରହିବା ସହ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି।

ନର୍ଥଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବିଭିନ୍ନ ଏନଜିଓ ଏବଂ ରାଜନୀତିକ ଦଳଗୁଡ଼ିକ ସମର୍ଥନ କରିଛନ୍ତି। ଦିନ ୪ଟା ଯାଏ ଏହି ବନ୍ଦ ପାଳନ କରାଯିବ।

ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନାଗାଲ୍ୟାଣ୍ଡ ଏହି ବନ୍ଦ ଡାକରାରୁ ବାଦ ପଡ଼ିଛି। କାରଣ ଏବେ ନାଗାଲ୍ୟାଣ୍ଡରେ ହର୍ଣ୍ଣବିଲ ଫେଷ୍ଟିବାଲ ପାଳନ କରାଯାଉଛି।

କେନ୍ଦ୍ର ସରକାର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାକୁ ଚାହୁଁଥିବାରୁ ଉତ୍ତରପୂର୍ବ ରାଜ୍ୟର ଲୋକମାନେ ସେମାନଙ୍କ ପରିଚୟ ହରାଇବେ ବୋଲି ଆଶଙ୍କା କରିଛନ୍ତି। କାରଣ ଏବେ ଉତ୍ତର ପୂର୍ବ ରାଜ୍ୟରେ ହିଁ ଅଧିକାଂଶ ଅଣମୁସଲିମ ଶରଣାର୍ଥୀ ରହୁଛନ୍ତି। ସେମାନେ ଭାରତର ନାଗରିକତା ପାଇଲେ ସ୍ଥାନୀୟ ଲୋକଙ୍କ ଜନଜୀବିକା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଆଜି ବନ୍ଦକୁ କଂଗ୍ରେସ, ଏଆଇୟୁଡିଏଫ, ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ, କୃଷକ ମୁକ୍ତି ସଂଗ୍ରାମ ସମିତି, ଅଲ ଅରୁଣାଚଳ ପ୍ରଦେଶ ଷ୍ଟୁଡେଣ୍ଟ ୟୁନିଅନ, ଖାସି ଷ୍ଟୁଡେଣ୍ଟ ୟୁନିଅନ ଓ ନାଗା ଷ୍ଟୁଡେଣ୍ଟସ ଫେଡେରେସନ ସମର୍ଥନ କରିଛନ୍ତି।



from Odisha Reporter https://ift.tt/2E47IDO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages