ବାପା ହେଲେ କପିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ବାପା ହେଲେ କପିଲ୍

ମୁମ୍ବାଇ: ବାପା ହେଲେ କମେଡି କିଙ୍ଗ୍‌ କପିଲ୍‌ ଶର୍ମା। ତାଙ୍କ ପତ୍ନୀ ଗିନ୍ନି ଚତର୍ଥ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ଆଜି ଭୋର୍ ୩ଟା ୨୩ରେ କପିଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ତା’ସହିତ ତାଙ୍କ ଝିଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ।

କପିଲ୍‌ ଏହି ଟ୍ୱିଟ୍‌ କରିବା ମାତ୍ରେ ହିଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିଲା। ରକୁଲ୍‌ ପ୍ରୀତ୍‌, ଦିଆ ମିର୍ଜା, ‌ଅକ୍ଷୟ କୁମାର୍‌, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହ୍ୱାଲ୍‌ଙ୍କ ପରି ଅନେକ ବଲିଉଡ୍‌ ସେଲେବ୍ରିଟି, ସ୍ପୋର୍ଟ୍ସ ତାରକା ଓ ରାଜନେତା କପିଲ୍‌ଙ୍କୁ ଟ୍ୱିଟ୍‌ରରେ ଶୁଭେଚ୍ଛା ଜଣାଇଛନ୍ତି।

 

କପିଲ୍‌ ଓ ଗିନ୍ନିଙ୍କ ବାହାଘର ଗତ ଡିସେମ୍ବର ୧୫ ତାରିଖରେ ହୋଇଥିଲା। କପିଲ୍‌ଙ୍କ ହୋମ୍‌ଟାଉନ୍‌ ଅମୃତସର୍‌ରେ ଏହି ବାହାଘର ହୋଇଥିଲା। ଏମାନେ ଦୁଇ ଥର ବାହା ହୋଇଥିଲେ। ପ୍ରଥମେ ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ଶିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଏପରିକି ଦୁଇଟି ରିସେପ୍‌ସନ୍‌ ମଧ୍ୟ ହୋଇଥିଲା। ଗୋଟିଏ ମୁମ୍ବାଇରେ ଓ ଆଉଗୋଟେ ଅମୃତସର୍‌ରେ। ବାହାଘର ପରେ ହିଁ ଅନେକ ଦିନରୁ ବନ୍ଦ ହୋଇଯାଇବା ‘ଦ କପିଲ୍‌ ଶର୍ମା ଶୋ’କୁ ପୁଣି ଆରମ୍ଭ କରିଥିଲେ କପିଲ୍।



from Odisha Reporter https://ift.tt/358ZfuT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages