ସୋରେନଙ୍କ ଶପଥ ଗ୍ରହଣ ପୂର୍ବରୁ ନିର୍ମାଣାଧୀନ ହସ୍ପିଟାଲ ଉଡ଼ାଇଲେ ମାଓବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ସୋରେନଙ୍କ ଶପଥ ଗ୍ରହଣ ପୂର୍ବରୁ ନିର୍ମାଣାଧୀନ ହସ୍ପିଟାଲ ଉଡ଼ାଇଲେ ମାଓବାଦୀ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ ଆଜି ଶପଥ ନେବା ପୂର୍ବରୁ ମାଓବାଦୀ ମାନେ ଏକ ନିର୍ମାଣାଧୀନ ହସ୍ପିଟାଲ ଘରକୁ ଉଡ଼ାଇ ଦେଇଛନ୍ତି। ନୂଆ ସରକାରକୁ ଚ୍ୟାଲେଞ୍ଜ କରି ମାଓବାଦୀ ଏଭଳି କାର୍ଯ୍ୟକଳାପ କରିଛନ୍ତି ବୋଲି ଜଣାପଡ଼ିଛି। ଶନିବାର ବିଳମ୍ୱିତ ରାତିରେ ଖୁଣ୍ଟି ଜିଲ୍ଲାର ଉଡକୀ ଥାନା ଅଧିନରେ ଥିବା ସେଲଦା ଗାଁରେ ବିସ୍ଫୋରଣ ସାମଗ୍ରୀ ଜରିଆରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି।

ବିସ୍ଫୋରଣ ଏତେ ଜୋରରେ ହୋଇଛି ଯେ ନିର୍ମାଣାଧୀନ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଡିନାମାଇଟ୍ ଜରିଆରେ ବିସ୍ଫୋରଣ କରିବା ପରେ ମାଓବାଦୀ ମାନେ ସେଲଦା ଗାଁର ବିଭିନ୍ନ ଘରର କାନ୍ଥରେ ପୋଷ୍ଚର ମାରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେମାନେ ନୂଆ ସରକାରକୁ ବିରୋଧ କରିବା ସହିତ ସ୍କୁଲରେ ଥିବା ପୁଲିସ କ୍ୟାମ୍ପକୁ ହଟାଇବା ପାଇଁ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2QsxZBB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages