ମୁମ୍ବାଇ: ‘ବିଗ୍ ବସ୍ ୧୩’ ରେ ଏହି ସପ୍ତାହରେ ଦେଖିବାକୁ ମିଳିଥିଲା ଜବରଦସ୍ତ ହଙ୍ଗାମା। ସପ୍ତାହର ସବୁଠୁ ହାଇଲାଇଟେଡ୍ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ୍ ଫାଇଟ୍। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଏବେ ସପ୍ତାହର ଶେଷ ଏପିସୋଡ୍ ଆସିଯାଇଛି। ଆଉ ସବୁଥର ଭଳି ଏଥର ମଧ୍ୟ ଜଣେ ପ୍ରତିଯୋଗୀ ଘରୁ ବାହାରିବେ। ତେବେ ଏଥର ଯିଏ ବାହାରିବେ ସେଥିରେ ସବୁଠୁ ଅଧିକ ଦୁଃଖ ରଶ୍ମିଙ୍କୁ ହେବ।
ଏଥରର ‘ୱିକେଣ୍ଡ କା ବାର୍’ ବେଶ୍ ମଜାଦାର ହେବ। ରଶ୍ମି ଓ ଅରହାନ୍ଙ୍କ ଯୋଡ଼ି ଭାଙ୍ଗିଯିବ। କାରଣ ଏଥର ଅରହାନ୍ ଘରୁ ବାହାରିଯିବେ। ଏ ସମ୍ପର୍କିତ ସୂଚନା ‘ବିଗ୍ ବସ୍ ଖବରି’ ନିଜ ଇନ୍ଷ୍ଟାଗ୍ରାମ୍ ଜରିଆରେ ଦେଇଛି, ଯେଉଁଥିରେ ଅନେକ ୟୁଜର କମେଣ୍ଟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି।
ଏଥର ‘ବିଗ୍ ବସ୍’ ଘରୁ ବାହାରିବା ପାଇଁ ମଧୁରିମା ତୁଲୀ, ବିଶାଲ୍ ଆଦିତ୍ୟ ସିଂହ, ଅରହାନ୍ ଖାନ୍, ସିଦ୍ଧାର୍ଥ ଶୁକ୍ଳା, ଶେଫାଳି ବଗ୍ଗା ଓ ଆରତି ସିଂହ ନୋମିନେଟ୍ ହୋଇଥିଲେ। ସୂଚନା ଅନୁଯାୟୀ, ଅରହାନ୍ଙ୍କୁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ସବୁଠୁ କମ୍ ଭୋଟ୍ ମିଳିଥିବାରୁ ତାଙ୍କୁ ବାହାରିବାକୁ ପଡ଼ିଛି। କୁହାଯାଉଛି ଯେ ‘ବିଗ୍ ବସ୍’ର ପୂର୍ବ ‘ୱିକେଣ୍ଡ୍ କା ବାର୍’ ଏପିସୋଡ୍ରେ ସଲ୍ମାନ୍ ଅରହାନ୍ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିବା ପରେ ତାଙ୍କ ଭାବମୂର୍ତ୍ତି ଦର୍ଶକଙ୍କ ଆଗରେ ଖରାପ ହୋଇଯାଇଛି। ଫଳରେ ଏଥର ତାଙ୍କୁ ବହୁତ କମ୍ ଭୋଟ ମିଳିଛି।
Weekend ka vaar sunday promo pic.twitter.com/2jf09uRu1b
— Bigg Boss Fever (@BiggBossFever) December 28, 2019
ସୂଚନାଯୋଗ୍ୟ, ଆଜିର ଏପିସୋଡ୍ରେ ଅରହାନ୍ଙ୍କ ଏଭିକ୍ସନ୍ ସହ ଘର ଭିତରେ ସଲ୍ମାନଙ୍କୁ ଏମିତି କିଛି କରିବା ଦେଖିବାକୁ ମିଳିବ ଯାହା ପୂର୍ବରୁ କେବବି ହୋଇ ନାହିଁ। ଆଜି ଦେଖିବାକୁ ମିଳିବ ଯେ ଘରର ସଦସ୍ୟମାନେ କାମ ନ କରିବା ଯୋଗୁ ସଲ୍ମାନ୍ ନିଜେ ଘରର ଭିତରକୁ ଯାଇ କିଚେନ୍, ବେଡ୍ରୁମ୍ ଓ ବାଥରୁମ୍ ସଫା କରିବେ।
from Odisha Reporter https://ift.tt/2ZyjGzh
No comments:
Post a Comment