ହାଇଦ୍ରାବାଦ: ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଆଜି ପୁଲିସ ଭୋର ୩ଟା ସମୟରେ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ଦୁଷ୍କର୍ମ ହୋଇଥିବା ସ୍ଥାନରେ ଆଜି ପୁଲିସ ପହଞ୍ଚିବା ପରେ ଲୋକମାନେ ଏକଜୁଟ ହୋଇଥିଲେ। ଏହାପରେ ‘ପୁଲିସ ଜିନ୍ଦାବାଦ’ର ନାରା ଦେଇଥିଲେ। ଏମତିକି ଦୁଷ୍କର୍ମ ହୋଇଥିବା ସ୍ଥାନ ଏବଂ ପୁଲିସ ଉପରେ ଫୁଲ ପକାଇଥିଲେ ଲୋକମାନେ। ମୃତ ଡାକ୍ତରଙ୍କ ପଡ଼ୋଶୀ ମଧ୍ୟ ଆଜି ପୁଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ବାଣ୍ଟିଛନ୍ତି।
#WATCH Hyderabad: 'DCP Zindabad, ACP Zindabad' slogans raised near the spot where where accused in the rape and murder of the woman veterinarian were killed in an encounter by Police earlier today. #Telangana pic.twitter.com/2alNad6iOt
— ANI (@ANI) December 6, 2019
#WATCH Hyderabad: People celebrate and cheer for police at the encounter site where the four accused were killed in an encounter earlier today. #Telangana pic.twitter.com/WZjPi0Y3nw
— ANI (@ANI) December 6, 2019
Hyderabad: Locals had showered rose petals on Police personnel at the spot where accused in the rape and murder of the woman veterinarian were killed in an encounter earlier today pic.twitter.com/66pOxK1C2b
— ANI (@ANI) December 6, 2019
ଭୋର ୩ଟା ସମୟରେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ଆଣିଥିଲା ଶାମସାବଦ୍ ପୁଲିସ୍। ଏହି ସମୟରେ ଅଭିଯୁକ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା। ସାଇବରାବାଦ ପୁଲିସ୍ କମିଶନର ଭିସି ସଜ୍ଜନର। ତାଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର ହୋଇଥିଲା। ସେହିପରି ଏଭଳି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ପୁଲିସକୁ ସାବାସି ଦେଇଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଡିଜିପି ଶେହସ ପୋଲ୍ ବୈଦ।
ସୂଚନାଯୋଗ୍ୟ, ୨୭ ନଭେମ୍ୱରରେ ମହିଳା ଡାକ୍ତର ଜଣଙ୍କ ସଂଧ୍ୟା ବେଳେ ସ୍କୁଟିରେ ଘରକୁ ଆସୁଥିଲେ। ଶାମସାବାଦ ଟୋଲ ପ୍ଲାଜା ପୂର୍ବରୁ ଥିବା ଓଭର ବ୍ରିଜ ତଳେ ସ୍କୁଟିର ଟାୟାର ପମ୍ପଚର ହୋଇଯିବା ପରେ ଡାକ୍ତର ଜଣଙ୍କ ଛିଡା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଡାକ୍ତରଙ୍କ ସହ ଗଣ ଦୁଷ୍କର୍ମ କରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିଲେ।
from Odisha Reporter https://ift.tt/2YwmFIl
No comments:
Post a Comment