ହାଇଦ୍ରାବାଦ ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପଛରେ ଏହି ଦବଙ୍ଗ ପୁଲିସ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 5, 2019

ହାଇଦ୍ରାବାଦ ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପଛରେ ଏହି ଦବଙ୍ଗ ପୁଲିସ ଅଫିସର

ହାଇଦ୍ରାବାଦ: ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ପୁଲିସ ଏନକାଉଣ୍ଟରରେ ଏହି ୪ ଅଭିଯୁକ୍ତର ମୃତ୍ୟୁ ଘଟିଛି। ଜାତୀୟ ରାଜପଥ ୪୪ରେ ଏହି ଏନକାଉଣ୍ଚର କରିଛି ଶାମସାବଦ ପୁଲିସ। ଏହି ଏନକାଉଣ୍ଟର ପଛର ଦବଙ୍ଗ ପୁଲିସ ଅଧିକାରୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଦବଙ୍ଗ ପୁଲିସ ଅଧିକାରୀ ହେଉଛନ୍ତି ସାଇବରାବାଦ ପୁଲିସ୍ କମିଶନର ଭିସି ସଜ୍ଜନର। ତାଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର ହୋଇଥିଲା ବୋଲି ସାଇବରାବାଦ ପୁଲିସ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।
ଆଇପିଏସ ଭିସି ସଜ୍ଜନର ତେଲେଙ୍ଗାନାର ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା। ପୂର୍ବରୁ ୨୦୦୮ରେ ତେଲେଙ୍ଗାନାର ଓ୍ୱାରାଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ୩ ଜଣ ଦୁର୍ବୃତ୍ତ ଏସିଡି ଫିଙ୍ଗି ଦେଇଥିଲେ। ଯାହାକୁ ନେଇ ସେତେବେଳେ ତୁମୁଳକାଣ୍ଡ ଘଟିଥିଲା। ଏହାପରେ ତିନି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଦେଇଥିଲେ ଆଇପିଏସ ଭିସି ସଜ୍ଜନର। ଜେଲରେ ଥିବା ବେଳେ ଏହି ୩ ଅଭିଯୁକ୍ତ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏହାପରେ ଭିସି ସଜ୍ଜନରଙ୍କ ନେତୃତ୍ୱରେ ପୁଲିସ ଏନକାଉଣ୍ଟର କରି ୩ ଅଭିଯୁକ୍ତଙ୍କୁ ମାରି ଦେଇଥିଲା।
ଖାଲି ଅପରାଧୀ ନୁହନ୍ତି ମାଓବାଦୀଙ୍କୁ ମଧ୍ୟ ଏହି ଆଇପିଏସ ଅଧିକାରୀ ଏନକାଉଣ୍ଟର କରିବାରେ ସଫଳ ହୋଇଛନ୍ତି। ଅନେକ ମାଓ ଅପରେସନରେ ସେ ନେତୃତ୍ୱ ନେଇଛନ୍ତି। ଏବେ ଏହି ଏନକାଉଣ୍ଟର ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ପୁଲିସ୍ ଏନକାଉଣ୍ଟର କରିବା ଆବଶ୍ୟକ ଥିଲା କି ନାହିଁ ଏହି ତଦନ୍ତରେ ଦେଖାଯିବ।
ସୂଚନାଯୋଗ୍ୟ, ୨୭ ନଭେମ୍ୱରରେ ମହିଳା ଡାକ୍ତର ଜଣଙ୍କ ସଂଧ୍ୟା ବେଳେ ସ୍କୁଟିରେ ଘରକୁ ଆସୁଥିଲେ। ଶାମସାବାଦ ଟୋଲ ପ୍ଲାଜା ପୂର୍ବରୁ ଥିବା ଓଭର ବ୍ରିଜ ନିକଟରେ ସ୍କୁଟିର ଟାୟାର ପମ୍ପଚର ହୋଇଯିବା ପରେ ଡାକ୍ତର ଜଣଙ୍କ ଛିଡା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଡାକ୍ତରଙ୍କ ସହ ଗଣ ଦୁଷ୍କର୍ମ କରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିଲେ।


from Odisha Reporter https://ift.tt/2LrY8yC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages