ନାଗରକିତା ସଂଶୋଧନ ଆଇନକୁ ନେଇ ବାମଦଳର ଭାରତ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ନାଗରକିତା ସଂଶୋଧନ ଆଇନକୁ ନେଇ ବାମଦଳର ଭାରତ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଆଜି ଭାରତ ବନ୍ଦ ପାଳନ କରୁଛି ବାମପନ୍ଥୀ ଦଳ। ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରର ଏହି ଆଇନକୁ ବିରୋଧ କରାଯାଉଛି। ବିହାର ଦରଭଙ୍ଗା ଏବଂ ପାଟନାରେ ରେଳ ରୋକ ହୋଇଛି। ସେହିପରି ଦିଲ୍ଲୀର ଲାଲକିଲ୍ଲା ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ ରହିଛି। ଦିଲ୍ଲୀ, ବିହାର ସମେତ କୋଲକାତା, ଲକ୍ଷ୍ନୌ, ଭୋପାଲ, ପୁଣେ ଭଳି ସହରର ଲୋକମାନେ ନାଗରିକତା ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଛନ୍ତି।

ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସମ୍ମିଳନୀ, ଆନ୍ଦୋଳନ ଆଦି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଉତ୍ତର ପ୍ରଦେଶ ପୁଲିସ କହିଛି।

ଦିଲ୍ଲୀରେ ବିରୋଧ ପ୍ରଦର୍ଶନକୁ ଦେଖି ମଥୁରା ରୋଡ-କାଳିନ୍ଦୀ କୁଞ୍ଜ ମଧ୍ୟରେ ଥିବା ରୋଡ ନମ୍ୱର ୧୩ଏରେ ଟ୍ରାଫିକ ମୁଭମେଣ୍ଟ ଉପରେ ରୋକ୍ ଲଗାଯାଇଛି। ନୋଏଡାରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ଅକ୍ଷରଧାମ ରୋଡ ଦେଇ ଆସିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ।

ଦିଲ୍ଲୀ ମେଟ୍ରୋର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ଜସୋଲା ବିହାର ଶାହିନ ବାଗ ଏବଂ ମୁନିରକା, ଲାଲକିଲ୍ଲା, ଜମା ମସଜିଦ, ଚାନ୍ଦିନୀ ଚୌକ ଏବଂ ବିଶ୍ୱବିଦ୍ୟାଳୟ ଷ୍ଟେସନରେ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ବନ୍ଦ କରାଯାଇଛି। ଏହି ଷ୍ଟେସନ ଗୁଡ଼ିକରେ ଆଜି ମେଟ୍ରୋ ରହିବ ନାହିଁ।

ପୁଣେ ସ୍ଥିତ ସାବିତ୍ରୀ ବାଇ ପୁଣେ ବିଶ୍ୱବିଦ୍ୟାଳୟରେ ମଧ୍ୟ କେନ୍ଦ୍ରର ଏହି ଆଇନକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏହି ବିରୋଧ ପ୍ରଦର୍ଶନରେ ହଜାର ହଜାର ଛାତ୍ରଛାତ୍ରୀ ସାମିଲ୍ ରହିଛନ୍ତି।
ବିହାର ଦରଭଙ୍ଗାରେ ସିପିଆଇ-ଏମର କର୍ମୀ ଓ ନେତା ମିଶି ରେଳ ଲାଇନ ଉପରେ ବିରୋଧ ପ୍ରଦର୍ଶନ କରିବା ଫଳରେ ଟ୍ରେନ୍ ଅଟକି ରହିଛି। ସେହିପରି ପାଟନାର ଗଜେନ୍ଦ୍ର ନଗର ରେଳ ଷ୍ଟେସନରେ ମଧ୍ୟ ଏଆଇଏସଏଫ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ବେଙ୍ଗାଲୁରୁରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବାମ ଦଳ ଏବଂ ମୁସଲିମ ସଂଗଠନ ମାନେ ଏହି ବେଙ୍ଗାଲୁରୁର ଟାଉନ ହଲରେ ଏହାର ବିରୋଧ ପ୍ରଦର୍ଶନ କରିଛନ୍ତି। ସମଗ୍ର ବେଙ୍ଗାଲୁରୁରେ ସକାଳ ୬ରୁ ଆଗାମୀ ତିନି ଦିନ ଯାଏ ଧାରା ୧୪୪ ଲାଗୁ କରାଯାଇଛି।



from Odisha Reporter https://ift.tt/2s0WZrk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages