‘ସ୍ୱାମୀ ଠେଲି ଠେଲି ପାର୍ଲର ପଠାନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

‘ସ୍ୱାମୀ ଠେଲି ଠେଲି ପାର୍ଲର ପଠାନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତପୁ ମିଶ୍ର ଓଲିଉଡ୍‌ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ‘ଦିନ ସରେ ନାହିଁ’, ‘ଇଟ୍‌ସ୍‌ ଓନଲି ପ୍ୟାର୍‌’, ‘ଆ ମାନେ ଆନନ୍ଦପୁର’ ଓ ‘ଧୀରେ ଧୀରେ’ ଭଳି ହିଟ୍‌ ଗୀତରେ ସେ କଣ୍ଠଦାନ କରିଛନ୍ତି। ତେବେ ଗୀତ ଗୀଇବା ସହ ତପୁଙ୍କୁ ସଜେଇ ହେବାକୁ ଖୁବ୍‌ ଭଲ ଲାଗେ। ଖାସ୍‌ କରି ସେ କେଶରେ ଭିନ୍ନ ଭିନ୍ନ କଲର୍‌ କରିବାକୁ ଭଲ ପା’ନ୍ତି। କୁହାଯାଏ, ଓଲିଉଡ୍‌ରେ ସେ ପ୍ରଥମ ଗାୟିକା ଯିଏ କେଶକୁ ନେଇ ଏତେ ଏକ୍ସପେରିମେଣ୍ଟ୍ କରନ୍ତି। ବାହାଘର ପରେ ବି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିନି।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍ ଶୋ’ ‘ସିକ୍ରେଟ୍ ଷ୍ଟୋରିଜ୍ ଅଫ୍ ସେଲେବ୍ରିଟି’ର ଏକ ଏପିସୋଡ୍‌ରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେ କହିଥିଲେ, “ମୁଁ ଭାବିଥିଲି ବିବାହ ପରେ ମୋର ଏସବୁ ଫ୍ୟାଶନ୍‌ ସରିଯିବ। କାରଣ ବିବାହ ପରେ କିଛି ଦାୟିତ୍ୱ ଆସିଯାଏ। ନିଜ ପାଇଁ ଏତେ ସମୟ ଦେଇ ହୁଏନି। କିନ୍ତୁ ମୋ ସ୍ୱାମୀ ମୋତେ ଠେଲି ଠେଲି ପାର୍ଲର ପଠାଉଛନ୍ତି। କାରଣ ଚୁଟି କଲର୍‌ କରିବାକୁ ସେ ବି ଭଲ ପା’ନ୍ତି। ରଙ୍ଗୀନ ଚୁଟି ତାଙ୍କର ପସନ୍ଦ। ଆଉ ମୋର ସଉକ ବିଷୟରେ ସେ ଜାଣିଥିଲେ। ମୁଁ କାର୍ଯ୍ୟ ବ୍ୟସ୍ତତା ପାଇଁ ପାର୍ଲର ଯାଇ ନ ପାରିଲେ ସେ ବାଧ୍ୟ କରି ମୋତେ ପଠାନ୍ତି ଓ ଚୁଟି କଲର୍‌ କରିବା ପାଇଁ କୁହନ୍ତି।”

ସୂଚନାଯୋଗ୍ୟ, ତପୁଙ୍କ ସ୍ୱାମୀ ଦୀପକ ଅନେକ ବିଜ୍ଞାପନ, ଟେଲି ଧାରାବାହିକ ଏବଂ ସମ୍ବଲପୁରୀ ଭିଡିଓରେ ଅଭିନୟ କରିଛନ୍ତି। ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏବେ ସେ ମୁମ୍ବାଇରେ ହିନ୍ଦୀ ସିରିଏଲ୍‌ ଏବଂ ୱେବ୍‌ ସିରିଜ୍‌ରେ କାମ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି। ତପୁ ଏବଂ ଦୀପକ ପ୍ରେମ ବିବାହ କରିଥିଲେ। ୨୦୧୮ ଡିସେମ୍ବର ୧୨ତାରିଖରେ ସେମାନଙ୍କର ବିବାହ ହୋଇଥିଲା।

 

 

 

 



from Odisha Reporter https://ift.tt/38Tf1fA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages