ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ୍ ଛକରେ ଥିବା ହୋଣ୍ଡା ଶୋ’ ରୁମ୍ ପାଖରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିନାହିଁ। ହରିଚନ୍ଦନପୁର ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ପାଖରୁ ୩୧୦ ଟଙ୍କା, ଗୋଟିଏ ସାଇକେଲ ଚାବି ଓ ଏକ ଜଳଖିଆ ପୁଡ଼ିଆ ଜବତ କରାଯାଇଛି। ଗତକାଲି ଯୁବକ ଜଣଙ୍କ ସେଠାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଯୁବକ ଜଣକ କିଏ ଓ କେଉଁ ପରିସ୍ଥିତି ରେ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ।
from Odisha Reporter https://ift.tt/2P0mx0y
No comments:
Post a Comment