ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ଓ ବୋହୂକୁ ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ଓ ବୋହୂକୁ ମାରି ଦେଲେ

ନୂଆଦିଲ୍ଲୀ: ନିଜ ସ୍ତ୍ରୀ ଓ ବୋହୂର ଚରିତ୍ର ଉପରେ ସନ୍ଦେହ କରିବାକୁ ଯାଇ ଅବସରପ୍ରାପ୍ତ ଶିକ୍ଷକ ସତୀଶ ଚୌଧୁରୀ ଘଟାଇଲେ ବୀଭତ୍ସ ହତ୍ୟାକାଣ୍ଡ। ଗତକାଲି ଦିଲ୍ଲୀର ରୋହିଣୀ ସେକ୍ଟର-୪ରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଏବେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଏହି ବୀଭତ୍ସ କାଣ୍ଡ ଘଟାଇଲା ବେଳେ ଅଭିଯୁକ୍ତ ଜଣଙ୍କ ନିଜ ପୁଅ ଉପରକୁ ମଧ୍ୟ ଛୁରା ମାଡ଼ କରିଥିଲେ ବୋଲି ଜଣାପଡ଼ିଛି।

ସତୀଶ ଚୌଧୁରୀ (୬୪) ଜଣେ ଅବସରପ୍ରାପ୍ତ ଶିକ୍ଷକ। ତାଙ୍କ ସ୍ତ୍ରୀ ସ୍ନେହଲତା ଚୌଧୁରୀ (୬୨) ଜଣେ ଅବସରପ୍ରାପ୍ତ ଡିଟିସି କର୍ମଚାରୀ। ବଡ଼ ପୁଅ ଗୌରବ ଆଇବିଏମ ସିଙ୍ଗାପୁରର ସଫ୍ଟଓ୍ୱୟାର ଇଞ୍ଜିନିୟର। ନିକଟରେ ସେ ବିବାହ କରିଥିଲେ ଇଣ୍ଡିଗୋ ଏୟାରଲାଇନ୍ସର ପୂର୍ବତନ ଏୟାର ହୋଷ୍ଟେସ ପ୍ରଜ୍ଞାଙ୍କୁ (୩୫)। ତାଙ୍କର ଦୁଇ ପୁଅ ଓ ଝିଅ ରହିଛନ୍ତି। ସାନ ପୁଅ ଅବିବାହିତ ସୌରଭ (୩୦) ବେଙ୍ଗାଲୁରୁରେ ସଫ୍ଟଓ୍ୱୟାର ଇଞ୍ଜିନିୟର।

ସତୀଶ ସବୁବେଳେ ନିଜ ସ୍ତ୍ରୀ ଓ ବୋହୂର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଯାହାକୁ ନେଇ ଘରେ ଅଶାନ୍ତି ବଢ଼ିଥିଲା। ସ୍ଥିତି ଏମିତି ହୋଇଥିଲା ସେ ସତୀଶ ଏକୁଟିଆ ରୋଷେଇ କରି ଖାଉଥିଲେ। ନାତି ନାତୁଣୀ ବଡ଼ ହେଉଥିବା ଦେଖି ସତୀଶଙ୍କ ଏଭଳି ସନ୍ଦେହକୁ ଆଉ ବରଦାସ୍ତ କରିପାରୁନଥିଲେ ସ୍ନେହଲତା, ବୋହୂ ପ୍ରଜ୍ଞା ଏବଂ ଦୁଇ ପୁଅ। ତେଣୁ ସତୀଶଙ୍କୁ ଦିଲ୍ଲୀରେ ଛାଡ଼ି ଗୁରୁଗାଁଓରେ ଅନ୍ୟମାନେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଘର ମଧ୍ୟ ଠିକ୍ ହୋଇସାରିଥିଲା। ସତୀଶଙ୍କୁ ଛାଡ଼ି ଶୁକ୍ରବାର ନୂଆ ଘରକୁ ପରିବାର ଲୋକେ ଯିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଗୁରୁବାର ରାତିରେ ବେଙ୍ଗାଲୁରୁରୁ ଦିଲ୍ସୀ ଆସିଥିଲା ସାନ ପୁଅ ସୌରଭ।

ରାତିରେ ବାପା ସତୀଶଙ୍କୁ ସୌରଭ କହିଥିଲେ, ତାଙ୍କୁ ଛାଡ଼ି ବାକି ପରିବାର ଲୋକେ ଆସନ୍ତାକାଲି ଗୁରୁଗାଁଓ ଯାଉଛନ୍ତି। ଏହାପରେ ସତୀଶ ହତବାକ୍ ହୋଇଯାଇଥିଲେ। ରାତିରେ ସମସ୍ତେ ଶୋଇଥିବା ବେଳେ ସତୀଶ ଏକ ଛୁରୀରେ ପ୍ରଥମେ ନିଜ ସ୍ତ୍ରୀ ଉପରକୁ ଆକ୍ରମଣ କରିଥିଲେ। ପରେ ବୋହୂ ପ୍ରଜ୍ଞାଙ୍କୁ। ତାଙ୍କ ପାଖରେ ଶୋଇଥିବା ନାତି, ନାତୁଣୀଙ୍କୁ କିନ୍ତୁ କୌଣସି ଆକ୍ରମଣ କରିନଥିଲେ। ସଙ୍ଗେସଙ୍ଗେ ସୌରଭ ଯେତେବେଳେ ପଳାଇ ଆସିଥିଲେ ସେତେବେଳେ ସତୀଶ ପୁଅକୁ ମଧ୍ୟ ଛୁରୀରେ ଆଘାତ ଦେଇଥିଲେ। ଏହାପରେ ସୌରଭ ବାପାଙ୍କୁ ଏକ ଘରେ ବନ୍ଦ କରି ପୋଲିସକୁ ଖବର ଦେଇଥିଲେ।

ପୁଲିସ ଅଭିଯୁକ୍ତ ସତୀଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ପଚରାଉଚରା କରିବା ବେଳେ ସତୀଶ କହିଛନ୍ତି, ବୋହୂ ଓ ସ୍ତ୍ରୀକୁ ହତ୍ୟା କରିଥିବାରୁ ସେ ଅନୁତପ୍ତ ନୁହେଁ। ସେମାନେ ଭୁଲ୍ ଥିଲେ। ତେବେ ପୁଅକୁ ଛୁରୀରେ ଆକ୍ରମଣ କରିଥିବା ପ୍ରସଙ୍ଗରେ କହିଛନ୍ତି, ନିଜର ସୁରକ୍ଷା କରିବାକୁ ଯାଇ ଭୁଲରେ ସାନ ପୁଅ ଉପରକୁ ଛୁରୀ ଉଠିଯାଇଥିଲା। ପୁଅକୁ ମାରିବାର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସତୀଶ କହିଛନ୍ତି।



from Odisha Reporter https://ift.tt/2PqWhv0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages