ପରଲୋକରେ ନୱାଜୁଦ୍ଦିନ୍‌ଙ୍କ ସାନ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ପରଲୋକରେ ନୱାଜୁଦ୍ଦିନ୍‌ଙ୍କ ସାନ ଭଉଣୀ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର ନୱାଜୁଦ୍ଦିନ୍‌ ସିଦ୍ଧିକିଙ୍କ ସାନ ଭଉଣୀ ସାୟମା ତାମସୀଙ୍କର ପରଲୋକ ହୋଇଛି। ଗତ ୮ ବର୍ଷ ହେବ ବ୍ରେଷ୍ଟ କ୍ୟାନସର୍‌ ସହ ଲଢ଼ି ଗତ ଶୁକ୍ରବାର ପୁଣେରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ ନୱାଜୁଦ୍ଦିନ୍‌ ବର୍ତ୍ତମାନ ଏକ ଶୁଟିଂ ପାଇଁ ନିଜ ଭାଇ ଫୈଜୁଦ୍ଦିନ୍‌ଙ୍କ ସହ ଆମେରିକାରେ ଅଛନ୍ତି।

ଗତବର୍ଷ ଅକ୍ଟୋବର୍‌ରେ ନୱାଜ୍‌ ଭଉଣୀ ବିଷୟରେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରିଥିଲେ। ସେ ଭଉଣୀକୁ ଜନ୍ନଦିନ ଶୁଭକାମନା ଦେଇ ଲେଖିଥିଲେ, ‘ମୋ ଭଉଣୀକୁ ୧୮ ବର୍ଷ ବୟସରେ ବ୍ରେଷ୍ଟ କ୍ୟାନସର୍‌ ଡାୟଗ୍ନୋସ ହୋଇଛି। ଏହା କେବଳ ତାଙ୍କର ଇଚ୍ଛା ଶକ୍ତି ଓ ସାହସ ଯେ ସେ ଏବେ ପର୍ଯ୍ୟନ୍ତ ଏହା ସହ ଲଢୁଛନ୍ତି।’

ଚଳିତ ବର୍ଷ ଅକ୍ଟୋବର ୧୩ରେ ନୱାଜ୍‌ ପୁଣିଥରେ ଟ୍ୱିଟ୍‌ କରିଥିଲେ, ‘ଆଜି ମୋ ଭଉଣୀ ୨୫ ବର୍ଷର ହୋଇଯାଇଛି। ଓ ଆଜି ବି ସେ କ୍ୟାନ୍‌ସର୍‌ ସହ ଲଢ଼ୁଛନ୍ତି। ମୁଁ ଡାକ୍ତର ଆନନ୍ଦ କୋପିକର୍‌ ଓ ଡାକ୍ତର ଲାଲେଶ ବୁର୍ଶୀଙ୍କ ନିକଟରେ ଋଣି ଯେ ସେମାନେ ଲଗାତାର ତାଙ୍କୁ ରୋଗ ସହ ଲଢ଼ିବାର ସାହସ ଦେଇଛନ୍ତି।’

ସୂଚନା ଅନୁଯାୟୀ ସାୟମାଙ୍କର ଶେଷକୃତ୍ୟ ଉତ୍ତରପ୍ରଦେଶସ୍ଥିତ ତାଙ୍କ ପୈତୃକ ଗାଁ ବୁଧାନାରେ ହେବ। ଏଠାରେ ତାଙ୍କ ପୂରା ପରିବାର ଓ ନିକଟତର ବନ୍ଧୁମାନେ ସାମିଲ୍‌ ରହିବେ। କୁହାଯାଉଛି ଯେ ସାୟମାଙ୍କର ଅନ୍ତିମ ସଂସ୍କାର ଆଜି ହିଁ କରାଯିବ।



from Odisha Reporter https://ift.tt/2PnX687

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages