ନିର୍ବାଚନ ସାରି ଫେରୁଥିବା ବେଳେ ଆଇଡି ବିସ୍ଫୋରଣର ଶିକାର ହେଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ନିର୍ବାଚନ ସାରି ଫେରୁଥିବା ବେଳେ ଆଇଡି ବିସ୍ଫୋରଣର ଶିକାର ହେଲେ ଯବାନ

ରାଞ୍ଚି: ଦୁଇ ଜଣ ଯବାନ ଆଜି ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି। ରାଞ୍ଚିଠୁ ଅଳ୍ପ ଦୂରରେ ମାଓବାଦୀମାନେ ଏହି ବିସ୍ଫୋରଣ କରିଛନ୍ତି। ଗତକାଲି ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରି ଆଜି ସକାଳେ ଯବାନ ମାନେ ଫେରୁଥିଲେ। ଏହି ସମୟରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି ଯବାନ ମାନେ।

ଜଣେ ସିଆରପିଏଫ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ତମାର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପ୍ରକ୍ରିୟା ଶେଷ କରି ରାଞ୍ଚି ଆସୁଥିଲେ ଯବାନମାନେ। ଏହି ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ମଧ୍ୟ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଖୁଟି ଜିଲ୍ଲାର ଅର୍କିରେ ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ମାନେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/38msSer

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages