ପିକ୍‌ଅପ୍‌ ଧକ୍କାରେ ଜଣେ ମୃତ; ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 17, 2019

ପିକ୍‌ଅପ୍‌ ଧକ୍କାରେ ଜଣେ ମୃତ; ୨ ଗୁରୁତର

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ମାଝୀମୁଣ୍ଡା ଛକରେ ଗତକାଲି ଏକ ପିକଅପ୍‌ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପୁରନ ସାହୁ। ତାଙ୍କ ଘର ବରଗଡ଼ ଜିଲ୍ଲା ବିଜେପୁର ଥାନା ମହବେର୍ଣ୍ଣI ଗାଁରେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I

ତେବେ ପିକ୍‌ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର୍ ହେବା ସମୟରେ ଗମ୍ଭାରିପାଲି ଗାଁ ନିକଟରେ ଦୁଇ ଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଗୁରୁତର ଥିବା ଛାତ୍ରଦ୍ୱୟ ହେଲେ କ୍ରିଷ୍ଣା ସାହୁ ଓ ସୌରଭ ବେହେରା। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କ୍ରିଷ୍ଣା ଓ ସୌରଭ ଗମ୍ଭାରିପାଲି ଗାଁ ସ୍କୁଲରୁ ଘରକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଛାତ୍ରଦ୍ୱୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ I ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛିI ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପୋଡି ଦେଇଥିଲେ I

ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ଡୁଙ୍ଗୁରିପାଲି ପୁଲିସ୍‌ ଗାଡି ଡ୍ରାଇଭର କିଶୋର ମଲ୍ଲିକକୁ ଗିରଫ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/38U6mKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages