ମୁମ୍ବାଇ: ୭୦ ଓ ୮୦ ଦଶକର ଭେଟେରାନ୍ ଅଭିନେତା ତଥା ଥିଏଟର୍ କଳାକାର ଶ୍ରୀରାମ ଲାଗୁଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି। ପୁଣେସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ୯୨ ବର୍ଷ ବୟସରେ ଶ୍ରୀରାମ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତିା ବୟସାଧିକ କାରଣରୁ ଗତ କିଛିଦିନ ହେବ ସେ ଶଯ୍ୟାଶାୟୀ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
ଶ୍ରୀରାମ ପ୍ରାୟ ଶହେରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ଏହାସହ ବହୁ ମରାଠୀ ଫିଲ୍ମରେ ବି ତାଙ୍କ ଚମତ୍କାର ଅଭିନୟ ଦେଖିଛନ୍ତି ଦର୍ଶକ। ‘ପିଞ୍ଜରା’, ‘ଘରୋନ୍ଦା’, ‘କିନାରା’, ‘ସାମ୍ନା’, ‘ଖୁଦ୍ଦାର’, ‘ଦୋ ଅର୍ ଦୋ ପାଞ୍ଚ’ ଓ ‘ମୱାଲି’ ପ୍ରମୁଖ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି। ପେଶାରେ ଜଣେ ଡାକ୍ତର ଥିବା ସତ୍ତ୍ୱେ ଅଭିନୟ ପ୍ରତି ଶ୍ରୀରାମଙ୍କର ଥିଲା ଅହେତୁକ ନିଶା। ତେଣୁ ଡାକ୍ତରୀ ପେଶାକୁ ଛାଡ଼ି ସେ ଦୀର୍ଘ ବର୍ଷ ଧରି ସିନେମା ଓ ଥିଏଟର୍ ଜଗତରେ କାମ କରିଥିଲେ।
ଶ୍ରାରାମଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନୀତିନ ଗଡ଼କାରୀ, ଏନସିପି ମୁଖ୍ୟ ଶରଦ ପାୱାର ପ୍ରମୁଖ ତାଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଆଜି ପୁଣେରେ ହିଁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
from Odisha Reporter https://ift.tt/2Py6Aie
No comments:
Post a Comment