ନିଖୋଜ ରାମଙ୍କ ଗଳିତ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ନିଖୋଜ ରାମଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଆମ୍ବପାଣି ଜଙ୍ଗଲରୁ ନିଖୋଜ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ରାମ ଭତରା। ତାଙ୍କ ଘର ପାପଡ଼ାହାଣ୍ଡି ବ୍ଲକ୍‌ ଝାଡ଼କୁସୁମୀ ଗାଁରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଦୁଇ ଜଣ ଅଜଣା ଯୁବକ ବାଇକ୍‌ରେ ଆସି ରାମଙ୍କୁ ଘରୁ ଡାକି ନେଇଥିଲେ। ତା’ ପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ରାମଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ପରିବାର ଲୋକେ ତୁମ୍ବର୍ଲା ଫାଣ୍ଡିରେ ଏତଲା ଦେଇଥିଲେ।

ଆଜି ତାଙ୍କର ଗଳିତ ମୃତଦେହ ଆମ୍ବପାଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ରାମଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2LBJRj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages