ଗୋଟିଏ କଠୋରୀରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଗୋଟିଏ କଠୋରୀରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌କୁ ଲାଗି ରହିଛି ବାଉଁଶପୁଟ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୫ ଛାତ୍ରଛାତ୍ରୀ ପଢ଼ନ୍ତି।  ହେଲେ ସ୍କୁଲ୍‌ରେ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ କୋଠରୀରେ ୫ଟି ଯାକ ଶ୍ରେଣୀର ପିଲା ବସି ପାଠ ପଢ଼ନ୍ତି। ୨୦୦୮ ମସିହାରେ ଛାତ ପଡ଼ିଥିବା ଏହି ଶ୍ରେଣୀ ଗୃହଟି ତିଆରି ହୋଇଥିଲା। ତା’ ପୂର୍ବରୁ ସ୍କୁଲର ଯେଉଁ ଆଜବେଷ୍ଟସ୍‌ ଶ୍ରେଣୀ ଗୃହ ଥିଲା ତାହା ସାତ ବର୍ଷ ତଳୁ ଭାଙ୍ଗି ଗଲାଣି। ତେଣୁ ସେହି ଦିନଠାରୁ ୫ଟି ଶ୍ରେଣୀର ପିଲାମାନେ ଗୋଟିଏ କଠୋରୀରେ ବସି ପାଠ ପଢ଼ୁଛନ୍ତି। ଏଥିଯୋଗୁ ସମସ୍ୟା ହେଉଥିବାରୁ ଅନେକ ସମୟରେ ପିଲାମାନଙ୍କୁ ବାରଣ୍ଡାରେ ଓ ପ୍ରଧାନ ଶିକ୍ଷକଙ୍କ ଅଫିସ୍‌ରେ ବସାଇ ପାଠ ପଢ଼ାଯାଉଛି।

ଏନେଇ ଛାତ୍ରୀ ହରପ୍ରିୟା ନାୟକ କହିଛନ୍ତି, “ଆମର ଗୋଟିଏ ଶ୍ରେଣୀ ଗୃହରେ ସବୁ ପିଲାବସି ପାଠପଢ଼ିଲା ବେଳେ ଅସୁବିଧା ହେଉଛି। ଏଥିସହ ଆମେ ସମସ୍ତେ ଖୁନ୍ଦା ଖୁନ୍ଦି ହୋଇ ବସୁଛୁ। ତେଣୁ ଆଉ ଶ୍ରେଣୀ ଗୃହ ତିଆରି ହେଲେ ଭଲ ହୁଅନ୍ତା।”

ଅଭିଭାବକ ବୁଦ୍ଧିଆ ସାମଲ କହିଛନ୍ତି, “ସ୍କୁଲ୍‌ରେ ଗୋଟିଏ ଶ୍ରେଣୀ ଗୃହ ଥିବାରୁ ପିଲାମାନେ ବାହାରେ ବରଣ୍ଡାରେ ବସି ପଢ଼ୁଛନ୍ତି। ଆମର ଆଉ ୪ଟି ଶ୍ରେଣୀ ଗୃହ ଦରକାର।”

ସ୍ଥାନୀୟ ବାସିନ୍ଦା ସବୁତ୍ର ନାୟକ କହିଛନ୍ତି, “ଏହି ସ୍କଲ୍‌ରେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ୫ଟି କ୍ଲାସକୁ ଗୋଟିଏ ରୁମ୍‌ ଅଛି। ଏଠାରେ ଆହୁରି ଶ୍ରେଣୀ ଗୃହର ଆବଶ୍ୟକତା ରହିଛି। ଏନେଇ ଆମେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏଥିସହ ଶିକ୍ଷକଙ୍କ ସଂଖ୍ୟା ବଢ଼ିଲେ ପିଲାଙ୍କ ପାଠ ପଢ଼ା ବି ଠିକ୍‌ ହୋଇପାରିବ।”

ସ୍କୁଲ୍‌ରେ ରୋଷେଇ ଘର ନାହିଁ । ତେଣୁ ଏକ ଅସ୍ଥାୟୀ ଘର କରାଯାଇ ସେଠାରେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତ କରାଯାଉଛି। ସେହିଭଳି ପିଲାମାନେ ବସି ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଜାଗା ନାହିଁ। ତେଣୁ ସେମାନେ ବାହାରେ ବସି ମଧ୍ୟାହ୍ନ ଭୋଜନ ଖା’ନ୍ତି। ସେହିପରି ସ୍କୁଲ୍‌ରେ ଶୌଚାଳୟ ନାହିଁ କି ପାଚେରି ନାହିଁ, ଯାହା ଅଭିଭାବକମାନଙ୍କ ପାଇଁ ଚିନ୍ତାର ଆଉ ଏକ କାରଣ।

ଶିକ୍ଷୟିତ୍ରୀ ସୁଷମା ନାୟକ କହିଛନ୍ତି, “୨୦୦୮ ମସିହାରେ ଗୋଟିଏ ଶ୍ରେଣୀ ଗୃହ ତିଆରି ହୋଇଥିଲା।  ତା’ପରେ ଆଉ କୌଣସି ଶ୍ରେଣୀ ଗୃହ ତିଆରି ହୋଇ ନାହିଁ। ଗୋଟିଏ ରୁମ୍‌ରେ ପାଞ୍ଚୋଟି କ୍ଲାସ୍‌ ହେଉଛି। ଅଫିସ୍‌ ଘରେ ମଧ୍ୟ କ୍ଲାସ୍ ହେଉଛି। ଏଥିସହ ସ୍କୁଲ୍‌ ବାରଣ୍ଡାରେ ମଧ୍ୟ ପିଲା ବସୁଛନ୍ତି। ପିଲାଙ୍କ ପଢ଼ିବାରେ ଅସୁବିଧା ହେଉଛି। ମଧ୍ୟାହ୍ଣ ଭୋଜନ ବସି ଖାଇବା ପାଇଁ ମଧ୍ୟ ଜାଗା ନାହିଁ। ପିଲାମାନେ ବାହାରେ ବସି ଖାଉଛନ୍ତି। ଶୌଚାଳୟ ନାହିଁ। ସ୍କୁଲ୍‌ ଚାରିପଟେ ପାଚେରି ବି ନାହିଁ। ଏ ସବୁ ସମସ୍ୟା ସଂପର୍କରେ ଆମେ ବିଇଓଙ୍କୁ ଜଣାଇଛୁ।”

ବଡ଼ଚଣା ବିଇଓ କହିଛନ୍ତି, “ଆମେ ଏହି ସ୍କୁଲର ସମସ୍ୟାକୁ ନେଇ ଅବଗତ ଅଛୁ। ଏନେଇ ସର୍ବଶିକ୍ଷା ଅଭିଯାନ ଅଧିକାରୀଙ୍କୁ ଅବଗତ ମଧ୍ୟ କରାଯାଇଛି।”

ବ୍ଲକ୍‌ ନିକଟରେ ଥାଇ ଯଦି ଏହି ସ୍କୁଲ୍ ଉପରେ ଉଚ୍ଚ ଅଧିକାରୀଙ୍କ ନଜର ପଡୁ ନାହିଁ, ତା’ହେଲେ ଦୂରରେ ତଥା ଟିକେ ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲ୍‌ ଗୁଡ଼ିକର ଭିତ୍ତିଭୂମିର ଉନ୍ନତି ନେଇ କେମିତି କାମ ହେଉଥିବ, ତାହା ସହଜରେ ଅନୁମାନ କରାଯାଇ ପାରୁଛି।



from Odisha Reporter https://ift.tt/2SexJIY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages