ସବିତା ଓ ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ସବିତା ଓ ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାସ୍ଥିତ ନିପାଣିଆ ଗାଁରେ ଡଙ୍ଗାବୁଡ଼ି ଘଟଣାରେ ଅପୂର୍ବ ସାହସିକତା ଦେଖାଇ ବହୁ ଲୋକଙ୍କ ଜୀବନ ଉଦ୍ଧାର କରିଥିବା ଦୁଇ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ମିଳିବ ସମ୍ମାନ I ସେମାନେ CCW ଜାତୀୟ ସାହସିକତା ପୁରସ୍କାର-୨୦୧୯ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ପୁରସ୍କାର ଉତ୍ସବରେ ଯୋଗ ଦେବା ଲାଗି ଦୁଇ ଭଉଣୀଙ୍କ ନିକଟକୁ ଇଣ୍ଡିଆନ୍ କାଉନସିଲ ଫର ଚିଲଡ୍ରେନ୍ ୱେଲଫେୟାର ପକ୍ଷରୁ  ଚିଠି ଆସିଛି। ଆସନ୍ତା ଜାନୁଆରୀରେ ନୂଆଦିଲ୍ଲୀରେ ଏହି ସାହସିକତା ପୁରସ୍କାର ଦିଆଯିବ। ଏଥିପାଇଁ ଦୁଇ ଭଉଣୀଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ସହ ନୂଆଦିଲ୍ଲୀ ଯିବାକୁ ନିମନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨ ତାରିଖରେ ନିପାଣିଆରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାରେ ଏହି ଦୁଇ ଭଉଣୀ ଉପସ୍ଥିତ ବୁଦ୍ଧି ଖଟାଇ ବହୁ ଲୋକଙ୍କ ଜୀବନ ରକ୍ଷା କରିପାରିଥିଲେ।



from Odisha Reporter https://ift.tt/2EDXIRM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages