ଭୋଜି କରିବାକୁ ଯାଇଥିଲେ, ପିଟି ଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଭୋଜି କରିବାକୁ ଯାଇଥିଲେ, ପିଟି ଦେଲା ଅଜଣା ଗାଡ଼ି

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଆଠମଲିକ ଥାନା ଅନ୍ତର୍ଗତ ମାଧପୁର ବାମୁର ରାସ୍ତା  ନୂଆଗାଁ ନିକଟରେ ଏକ ଅଜଣା  ଗାଡ଼ି ଧକ୍କା ଦେବା ଫଳରେ ଗତକାଲି ୨ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା  ଗ୍ରାମର ଚିତ୍ତରଞ୍ଜନ ସାହୁ  ଏବଂ ଅନ୍ୟ ଜଣେ ବିକାଶ ସାହୁ ।

ସମସ୍ତେ ଭୋଜି ପାଇଁ ମାନଯୋର ଡ୍ୟାମ ନିକଟକୁ ଯାଇଥିଲେ। ସେଠାରୁ କୌଣସି କାମରେ ନିକଟସ୍ଥ ମାଧପୁର ବଜାରକୁ ବାଇକ୍‌ରେ ୩ ଜଣ ଆସୁଥିବା ସମୟରେ ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିଲା। ୩ ଜଣଙ୍କୁ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପରେ  ଅନ୍ୟ ୨ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିକାଶ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ସୁଜିତ ପ୍ରଧାନ ନାମକ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।  ଆଠମଲ୍ଲିକ ପୁଲିସ୍‌ ଦୁର୍ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।



from Odisha Reporter https://ift.tt/35SPfGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages