ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିବାକୁ ଯାଇ ହିଂସା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ପାଖରୁ କ୍ଷତିଭରଣ ପାଇଁ ଉତ୍ତର ପ୍ରଦେଶ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୋଟ ୧୩୦ ଜଣଙ୍କୁ ସିସିଟିଭି ଓ ଅନ୍ୟାନ୍ୟ ମାଧ୍ୟମରେ ଚିହ୍ନଟ କରି ସରକାର ତାଙ୍କୁ ନୋଟିସ୍ ପଠାଇଛନ୍ତି। ଏହି ୧୩୦ ଜଣଙ୍କ ପାଖରୁ ସରକାର ୫୦ ଲକ୍ଷ ଟଙ୍କା କ୍ଷତିଭରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯଦି କ୍ଷତିଭରଣ ନକରିବେ ତାହେଲେ ସରକାର ସେମାନଙ୍କ ପାଖରୁ ସମ୍ପତ୍ତି ଜବତ କରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି।
ଉତ୍ତର ପ୍ରଦେଶର ରାମୁପୁରର ୨୮ ଜଣ, ସମ୍ଭଳର ୨୬ ଜଣ, ବିଜନୋରର ୪୩ ଓ ଗୋରଖପୁରର ୩୩ ଲୋକଙ୍କୁ ନୋଟିସ୍ ପଠାଇଛନ୍ତି ସରକାର। ହିଂସା ବେଳେ ରାମପୁରରେ ୧୪.୮ ଲକ୍ଷ, ସମ୍ଭଲରେ ୧୫ ଲକ୍ଷ, ବିଜନୋରରେ ୧୯.୭ ଲକ୍ଷ ଟଙ୍କାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିବା ସରକାର ଏକ ଟିମ୍ ଜରିଆରେ ଆକଳନ କରିଛନ୍ତି। ତେବେ ଗୋରଖପୁରରେ କେତେ କ୍ଷତି ହୋଇଛି ସେ ନେଇ ଆକଳନ ହୋଇନଥିବା ଜଣାପଡ଼ିଛି।
ରାମପୁର ଜିଲ୍ଲାପାଳ ଆଞ୍ଜେନୟ କୁମାର ସିଂହ କହିଛନ୍ତି, ‘ହିଂସା ପ୍ରଦର୍ଶନ ବେଳେ ଯେଉଁମାନେ ପଥର ଫିଙ୍ଗୁଥିବାର ଭିଡିଓ ଫୁଟେଜ ରହିଛି ସେମାନଙ୍କୁ ନୋଟିସ୍ ପଠାଯାଇଛି। ୧୩୦ ଜଣଙ୍କୁ ଜବାବ ରଖିବା ପାଇଁ ସରକାର ସପ୍ତାହେ ନୋଟିସ୍ ଦେଇଛନ୍ତି। ଏହି ସମୟରେ ସରକାରୀ ସମ୍ପତ୍ତି ନଷ୍ଟର ତାଲିକା ବିସ୍ତୁତ ଭାବରେ ଆସିଯିବ। ଯେଉଁ ୨୮ ଜଣଙ୍କୁ ରାମପୁର ପ୍ରଶାସନ ନୋଟିସ ପଠାଇଛି ସେମାନଙ୍କ ମଧ୍ୟରୁ କିଛି ଗିରଫ ହୋଇଛନ୍ତି’।
ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ହିଂସା ପ୍ରଦର୍ଶନ ହୋଇଥିଲା। ଏଥିରେ ଅନେକ କାର, ଦୁଇ ଚକିଆ ଗାଡ଼ି ଏବଂ ଗଣମାଧ୍ୟମର ୪ଟି ଓବି ଭ୍ୟାନ ସମେତ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା। ଏହାପରେ କ୍ଷତିଭରଣ ହିଂସା ପ୍ରଦର୍ଶନକାରୀଙ୍କ ପକେଟରୁ ଭରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ।
from Odisha Reporter https://ift.tt/2QiDXF0
No comments:
Post a Comment