୨ ଯବାନ ଶହୀଦ, ନୂଆ ସିଏସଡି ଓ ସେନା ମୁଖ୍ୟଙ୍କୁ ଆତଙ୍କବାଦୀଙ୍କ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

୨ ଯବାନ ଶହୀଦ, ନୂଆ ସିଏସଡି ଓ ସେନା ମୁଖ୍ୟଙ୍କୁ ଆତଙ୍କବାଦୀଙ୍କ ଚ୍ୟାଲେଞ୍ଜ

ନୌଶେରା: ନୂଆବର୍ଷରେ ସାରା ଦେଶ ଖୁସି ମନାଉଥିବାବେଳେ ଦୁଇ ଯବାନ ଦେଶ ପାଇଁ ଶହୀଦ ହୋଇଛନ୍ତି। ଜମ୍ମୁ କଶ୍ମୀରର ନୌଶେରା ସେକ୍ଟରରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବାବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀମାନେ ଘାତକ ବିସ୍ଫୋରଣ ସାମଗ୍ରୀ ଜରିଆରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହା ପରେ କାଳେ ସେଠାରେ ଆତଙ୍କବାଦୀମାନେ ଲୁଚି ରହିଥିବେ ସେମାନଙ୍କୁ ତଲାସ କରିବା ପାଇଁ ଅପରେଶନ ଜାରି ରହିଛି। ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।

ଆଜି ଦେଶର ତିନି ସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ବିପିନ ରାଓ୍ୱତ। ଗତକାଲି ସେ ସ୍ଥଳ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ସ୍ଥାନରେ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଭୟ ନିଜ ପଦବୀରେ ଯୋଗ ଦେବା ପରେ ଆତଙ୍କବାଦୀ ଓ ପାକିସ୍ତାନକୁ ଚେତାବନୀ ଦେଇଥିଲେ। ହେଲେ ଆଜି ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି।



from Odisha Reporter https://ift.tt/2u1USnE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages